ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ଵକପ୍ ଉଦଘାଟନୀ ମ୍ୟାଚରେ ଶକ୍ତିଶାଳୀ ବେଲଜିୟମ ଟିମ୍ ୨-୧ ଗୋଲରେ କାନାଡାକୁ ହରାଇଛି।

କଳିଙ୍ଗ ଷ୍ଟାଡିୟମରେ ରଙ୍ଗାରଙ୍ଗ ପରିବେଶରେ ହକି ବିଶ୍ଵକପ୍‌ ଉଦଘାଟିତ ହେବା ପରେ ବୁଧବାରଠୁ ଆରମ୍ଭ ହୋଇଛି ଲଢ଼େଇ। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ କାନାଡା ଏବଂ ବେଲଜିୟମ୍ ଟିମ୍।

ବେଲଜିୟମ୍ ୨-୧ଗୋଲରେ କାନାଡା ଦଳକୁ ପରାସ୍ତ କରି ପ୍ରଥମ ମ୍ୟାଚରେ ବିଜୟୀ ହୋଇଛି।

ଖେଳର ମଧ୍ୟ ଭାଗ ପର୍ଯ୍ୟନ୍ତ କାନାଡା ଟିମ କୌଣସି ଗୋଲ ପାଇ ପାଇପାରି ନଥିଲା ବାରମ୍ବାର ପେନାଲ୍ଟି ପାଇ ଶେଷରେ ୨-୧ ଗୋଲରେ ବେଲଜିୟମ ଟିମ ବିଜୟୀ ହୋଇଥିଲା। ପୁରୁଷ ହକି ବିଶ୍ୱକପ ପ୍ରଥମ ମ୍ୟାଚରେ ବିଜୟ ମୁକୁଟ ପିନ୍ଧିଛି ବେଲଜିୟମ ଟିମ୍।

ପ୍ରଥମ ମ୍ୟାଚ ଦେଖିବା ପାଇଁ କଳିଙ୍ଗ ଷ୍ଟାଡିୟମରେ ଦର୍ଶକଙ୍କ ଭିଡ଼ ଲାଗିଥିଲା। ଗ୍ୟାଲେରୀ ଦର୍ଶକଙ୍କ କରତାଳିରେ ଫାଟି ପଡ଼ୁଥିଲା। ନିଜ ପସନ୍ଦିତ ହକି ଟିମକୁ ଉତ୍ସାହିତ କରିଥିଲେ ଦର୍ଶକ।

ସନ୍ଧ୍ୟା ୭ଟାରୁ ଭାରତ ଓ ଦକ୍ଷିଣ ଆଫ୍ରିକା ଭିତରେ ମ୍ୟାଚ ଆରମ୍ଭ ହୋଇଛି। ଭାରତ ବର୍ତ୍ତମାନ ସୁଦ୍ଧା ୫-୦ ଗୋଲରେ ଆଗୁଆ ରହିଛି। ପ୍ରଥମ ଗୋଲ ମନଦୀପ ସିଂ ଦେଇଥିବା ବେଳେ ୨ୟ ଗୋଲ ଦେଇଥିଲେ ଆକାଶଦୀପ ସିଂ।

Comment