ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଥିଓପିଆ ଏୟାରଲାଇନ୍ସର ବୋଇଂ-୭୩୭ ବିମାନ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୮ ଜଣ ବିମାନ କର୍ମଚାରୀଙ୍କ ସହ ୧୪୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ ବିମାନର ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ସ୍ଥାନୀୟ ସମୟ ଅନୁସାରେ ସକାଳ ୮ଟା ୪୪ରେ ଏହି ଦୁର୍ଘଟଣା ଘଟିଛି।

ଏହି ଘଟଣାରେ ଇଥିଓପିଆର ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

ଇଟି ୩୦୨ ନମ୍ବର ବିଶିଷ୍ଟ ଏହି ବିମାନ କେନିଆର ରାଜଧାନୀ ନାଇରୋବି ଅଭିମୁଖେ ଯାତ୍ରା କରୁଥିଲା। ବିମାନ ଉଡାଣ ଭରିବା ପରେ ଇଥିଓପିଆର ରାଜଧାନୀ ଆଡିସ ଆବାବା ଠାରୁ ୬୨ କିଲୋମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।

LEAVE A REPLY

Please enter your comment!
Please enter your name here