ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ

“ମୁଁ ବିଜେପିରେ ଯୋଗ ଦେଲି” – ଆପଣମାନେ ଖୁସି ତ?

ଏହା ହେଉଛି ଡାକ୍ତର ଦାମୋଦର ରାଉତଙ୍କ ଭାଷଣ। ବିଜେପି ପାର୍ଟି ଅଫିସରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦାମ ନବୀନଙ୍କ ଷ୍ଟାଇଲରେ ଭାଷଣ ଦେଇ ରାଜନୀତିରେ କମ୍ପନ ଆଣିଛନ୍ତି।

ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀ ପାର୍ଟି ଅଫିସରେ ପଦ୍ମ ଧରିଥିଲେ ଦାମ। ଆଜି ସକାଳେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ବିଜେପି କର୍ମୀ ଏବଂ ନେତାମାନେ ତାଙ୍କୁ ଦଳୀୟ କାର୍ଯ୍ୟାଳୟକୁ ପାଛୋଟି ଆଣିଥିଲେ। ଦାମଙ୍କୁ ସ୍ୱାଗତ କରିବା ପାଇଁ ଏୟାରପୋର୍ଟରୁ ରାମମନ୍ଦିର ଛକ ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଥିଲା।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଦାମଙ୍କୁ ସ୍ୱାଗତ କରିଥିଲେ।

ପାର୍ଟି ଅଫିସରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଦାମ ନବୀନଙ୍କ ଷ୍ଟାଇଲରେ ନବୀନଙ୍କୁ ଆଟାକ କରିଥିଲେ। ନବୀନଙ୍କ ‘ଆପଣମାନେ ଖୁସି ତ’?କୁ କପି କରି ବିଜେଡି ଉପରେ ବର୍ଷିଥିଲେ।

୪୫ ବର୍ଷର ସମ୍ପର୍କ କାଟିଲି

“ବିଜୁବାବୁ ମତେ ୧୯୭୪ ମସିହାରେ ରାଜନୀତିକୁ ଆଣିଥିଲେ। ଓଡ଼ିଆ ଲୋକଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ସେ ଲଢ଼େଇ କରୁଥିବାରୁ ମୁଁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ସାମିଲ ହୋଇଥିଲି। ମୁଁ ୩୫ ବର୍ଷ ବିଧାୟକ ରହିଛି। ୬ ଥର ମନ୍ତ୍ରୀ ହୋଇଛି। କିନ୍ତୁ ମତେ ଅଣଦେଖା କରାଗଲା। ଦୁର୍ନୀତି ବିରୋଧରେ ସ୍ୱର ଉଠାଇବାରୁ ମତେ ବିଜେଡିରୁ ବିଦା କରାଗଲା”, କହିଛନ୍ତି ଡାକ୍ତର ଦାମୋଦର ରାଉତ।

ବିଜୁ ଅନୁଗତଙ୍କୁ ଅପମାନ

ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ବେଳେ ବହୁ ବିଜୁ ଅନୁଗତ ବିଜେଡିରେ ରହିଥିଲେ। କିନ୍ତୁ ଏବେ କେହି ନାହାନ୍ତି। ସେମାନଙ୍କୁ ଅପମାନିତ କରି ବିଦା କରାଯାଉଛି। ଲୋକମାନଙ୍କର ସେବା କରିବା ପାଇଁ ରାଜନୀତି କରାଯାଏ। କିନ୍ତୁ ନବୀନ ବାବୁଙ୍କ ଚାରିପଟେ ଯେଉଁମାନେ ଅଛନ୍ତି ସେମାନେ ରାଜନୀତି ନାଁରେ ବେପାର କରୁଛନ୍ତି। ଯେଉଁମାନଙ୍କର କୋଠି ନାହିଁ ସେମାନେ ବିଜେଡିକୁ ଆସି କୋଟିପତି ହୋଇଛନ୍ତି। ରାଜ୍ୟରେ ନାରୀମାନେ ଅସୁରକ୍ଷିତ।

ନାରୀ ନିର୍ଯାତନା ବୃଦ୍ଧି ପାଉଛି

ବିଜେଡି ସରକାରୀ କଳର ଅପବ୍ୟବହାର କରୁଛି। ଆଦିବାସୀମାନଙ୍କୁ ଶୋଷଣ କରାଯାଉଛି। ରାଜ୍ୟରେ ନାରୀ ନିର୍ଯାତନା ମଧ୍ୟ ବୃଦ୍ଧି ପାଉଛି। ନ୍ୟାୟ ନପାଇ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କଲେ। ରାଜ୍ୟ ନାରୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ।

Comment