ଓଡ଼ିଶାଲାଇଭ୍‌ ବ୍ୟୁରୋ

କୌଣସି ଚାକିରି ପାଇଁ ଆପଣ ସିଭି ପ୍ରସ୍ତୁତ କରୁଥିବାର ଦେଖିଥିବେ କିନ୍ତୁ କେବେ ସ୍କୁଲରେ ଆଡମିଶନ ପାଇଁ ୧୫ ପେଜ୍ ସିଭି ଦେବା କଥା ଶୁଣିଛନ୍ତି କି। ବୋଧହୁଏ ନା। କିନ୍ତୁ ଚୀନରେ ଏଭଳି ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି।

ଚୀନର ସାଂଘାଇରେ ଅବସ୍ଥିତ ବାଇଲିଙ୍ଗ୍ଲି ଇଣ୍ଟରନ୍ୟାସନାଲ ସ୍କୁଲରେ ପାଠ ପଢିବା ପାଇଁ ଜଣେ ୫ ବର୍ଷର ଛାତ୍ର ୧୫ ପେଜର ସିଭି ଦେଇ ଚର୍ଚ୍ଚାକୁ ଆସିଛନ୍ତି। ତାର ମା’ ବାପା ୧୫ ପୃଷ୍ଠା ସିଭି ପ୍ରସ୍ତୁତ କରିଛନ୍ତି। ସିଭିରେ ପୁଅର ଭଲ ଗୁଣ, ପ୍ରତିଭା, ବ୍ୟକ୍ତିତ୍ୱ ବିଷୟରେ ଉଲ୍ଲେଖ ଅଛି। ଏଭଳି ସିଭି ପ୍ରସ୍ତୁତ କରିବାର ଅର୍ଥ ପିଲାକୁ ଭଲ ସ୍କୁଲରେ ଆଡମିଶନ କରାଯାଇଥାଏ। ଚୀନରେ ପ୍ରାଇମେରୀ ସ୍କୁଲର ଶିକ୍ଷା ଆରମ୍ଭ ୬ରୁ ୭ ବର୍ଷ ବୟସ ମଧ୍ୟରେ ହୋଇଥାଏ।

ଛାତ୍ର ଜଣଙ୍କ ଦୁଇ ବର୍ଷ ବୟସରେ ପ୍ରାଚୀନ ଚୀନ କବିତା ପାଠ କରିବା ଶିଖିଥିଲେ। ପ୍ରତିବର୍ଷ ୫୦୦ ଇଂରାଜୀ ପୁସ୍ତକ ପଢ଼ନ୍ତି ସେ। ପିଆନୋ ବଜାଇବା ସହ ହିପ୍ଅପ୍ ଡ୍ୟାନ୍ସ ମଧ୍ୟ କରନ୍ତି। ଫୁଟବଲ ଓ ସୁଇମିଂରେ ମଧ୍ୟ ସେ ପାରଦର୍ଶିତା ଲାଭ କରିଛନ୍ତି। ଏହାସହ କୁନି ଶିଶୁ ଜଣଙ୍କ ଅନେକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇସାରିଛନ୍ତି। ସୂଚନାଯୋଗ୍ୟ, ଚୀନରେ ଅଭିଭାବକମାନେ ନିଜ ପିଲାଙ୍କୁ ବିଶ୍ୱସ୍ତରୀୟ ସ୍କୁଲରେ ନାମଲେଖା ପାଇଁ ଶିଶୁ ଜନ୍ମବେଳଠୁ ତାଙ୍କୁ ବିଭିନ୍ନ କ୍ଷେତ୍ରରେ ଶିକ୍ଷା ଦେବା ଆରମ୍ଭ କରନ୍ତି।

Comment