ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ବିଜୟଙ୍କୁ ପୁଣି ବିଜେପିକୁ ଫେରାଇ ଆଣି ଦଳ ଆଗାମୀ ସାଧାରଣ ନିର୍ବାଚନକୁ ସଫଳତାର ସହିତ ମୁକାବିଲା କରିବ। ଏପରି ପ୍ରସ୍ତାବକୁ ନେଇ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ଵ ଚିନ୍ତା କରୁଛନ୍ତି। ହେଲେ ବିଜୟଙ୍କୁ ବିଜେପିରେ ପୁନର୍ବାର ପ୍ରବେଶ କରାଇ ନଦେବାକୁ ଆଜି ବାଟ ଓଗାଳିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାମାନେ। ଏନେଇ ଏକ ଲିଖିତ ପ୍ରସ୍ତାବ ଗୃହିତ ହୋଇଛି। ଏହା ଏବେ ଭାଇରାଲ ହେବାରେ ଲାଗିଛି।

ନିର୍ବାଚନ ଯେତିକି ପାଖେଇ ଆସୁଛି ସବୁ ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ସେତିକି ବୃଦ୍ଧି ପାଉଛି। ବିଭିନ୍ନଦଳରେ ଅଲୋଡ଼ା ଏବଂ ଟିକେଟ ପାଉ ନଥିବା ନେତା ଦଳ ବଦଳାଇବାରେ ଲାଗିଥିବା ବେଳେ ଚର୍ଚ୍ଚିତ ରାଜନେତା ବିଜୟ ମହାପାତ୍ରଙ୍କୁ ନେଇ ଚର୍ଚ୍ଚା ଥମୁନି।

ବିଜୟଙ୍କ ସହଯୋଗୀ ଦିଲ୍ଲୀପ ରାୟ ଏକାକୀ ନବୀନ ନିବାସରେ ପହଞ୍ଚିଥିବା ବେଳେ ବିଜୟଙ୍କ ରାଜନୀତିକ ଭବିଷ୍ୟତ କ’ଣ ହେବ ତାକୁ ନେଇ ପ୍ରଶ୍ନବାଚୀ ଉଠିଛି। ଏପରିସ୍ଥଳେ ବିଜୟଙ୍କୁ ପୁଣି ବିଜେପିକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଥିବା ବିଜେପି ଶିବିରରେ ଚର୍ଚ୍ଚା ହେଉଛି। ହେଲେ ଏହାକୁ ଆଜି କେନ୍ଦ୍ରାପଡ଼ା ବିଜେପି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ବିରୋଧ କରାଯାଇଛି। ବିଜୟଙ୍କ ନାଁ ନନେଇ ନେତାମାନେ ବର୍ଷିଛନ୍ତି।

ଦଳରେ ଥିବା ବେଳେ ରାଜ୍ୟ ନେତୃତ୍ଵଙ୍କୁ କଟୁ ସମାଲୋଚନା କରୁଥିବା ନେତାଙ୍କୁ ଆଉ ଦଳରେ ମିଶାଇ ଦିଆଯାଇ ପାରିବ ନାହିଁ ବୋଲି ଏକ ପ୍ରସ୍ତାବ ଗୃହିତ କରିଛନ୍ତି। କେନ୍ଦ୍ରାପଡା ଜିଲ୍ଲା ବିଜେପିର ଏହି ରୁଦ୍ଧଦ୍ଵାର ବୈଠକର ପ୍ରସ୍ତାବ ଏବେ ଭାଇରାଲ ହେବାରେ ଲାଗିଛି।

Comment