ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ


୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡି ଓ କଂଗ୍ରେସର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଥିବା ବେଳେ ବିଜେପିର ତାଲିକା ଏ ପର୍ଯ୍ୟନ୍ତ ପ୍ରକାଶ ପାଇପାରୁନାହିଁ। ଇତିମଧ୍ୟରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି।

ଖବର ଆସୁଛି ଯେ ଦିଲ୍ଲୀରେ ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ଆଜି ସନ୍ଧ୍ୟାରେ ବସିବ। ଏହି ବୈଠକରେ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ଦଶଟି ରାଜ୍ୟର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ। ମଙ୍ଗଳବାର ଦିନ ମଧ୍ୟ ନିର୍ବାଚବ କମିଟି ବୈଠକ ବସିଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଅମିତ ଶାହ ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ। ଅନ୍ୟ ଦୁଇ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଜେପି ପାଇଁ ବର୍ତ୍ତମାନ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ ବାଛିବା ଏକ ପ୍ରକାର ସହଜ ହୋଇଯାଇଛି। ଉଲ୍ଲେଖ କରାଯାଇ ପାରେ ଯେ ପ୍ରାର୍ଥିପତ୍ର ଦାଖଲ ସମୟ ଶେଷ ହେବାକୁ ଆଉ ମାତ୍ର ୪ ଦିନ ବାକି ରହିଛି।

Comment