ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଗୋଟିଏ ଦିନ ପରେ ରଙ୍ଗର ପର୍ବ ହୋଲି। ସମସ୍ତେ ଏହି ପର୍ବକୁ ବେଶ୍‌ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ହୋଲିରେ ରଙ୍ଗ ଖେଲିବାକୁ ସାଧାରଣତଃ ସମସ୍ତଙ୍କୁ ଭଲ ଲାଗେ। ହୋଲିରେ ରଙ୍ଗ ଖେଳିବାକୁ ସିନା ମଜା ଲାଗେ। ହେଲେ ଦେହରୁ ରଙ୍ଗ ଛଡ଼ାଇବାକୁ ବହୁତ କଷ୍ଟ ହୋଇଥାଏ।

 ଦେହରୁ କେମିତି ସହଜରେ ଛଡ଼ାଇବେ ରଙ୍ଗ

-ହୋଲିର ଦିନକ ପୂର୍ବରୁ ଶରୀରରେ ଭଲି କରି ସୋରିଷ ତେଲ ଲଗାଇ ଦିଅନ୍ତୁ। ମୁହଁ, ହାତ ଓ ଗୋଡ଼ରେ ବେଶୀ ତେଲ ଲଗାଇବେ। ଏହା ଦ୍ୱାରା ତ୍ୱଚା ସୁରକ୍ଷିତ ରହିବ ଏବଂ ସହଜରେ ରଙ୍ଗ ଛଡ଼ାଇ ହେବ।

-ରସାୟନିକ ରଙ୍ଗରୁ ସମ୍ପୂର୍ଣ୍ଣ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

-ତେଲ ବଦଳରେ ଲୋସନ ଲଗାଇ ପାରନ୍ତି। ଯେତେ ଗାଢ଼ ରଙ୍ଗ ଲାଗିଥିଲେ ବି ଏହା ସଫା କରିବାରେ ସହାୟକ ହୋଇଥାଏ।

-କେଶରେ ଯଥାସମ୍ଭବ ଅଧିକ ନଡ଼ିଆ ତେଲ ଲଗାଇବେ।

-ଆଖିରେ ରଙ୍ଗ ପଡ଼ିଗଲେ ସଫା ପାଣିରେ ତୁରନ୍ତ ଧୋଇ ଦେବେ। ରଙ୍ଗ ସପା କରିବା ପରେ ଆଖିରେ କେଇ ଟୋପ ଗୋଲାପ ଜଳ ପକାଇ ଶୋଇ ରହୁନ୍ତୁ।

Comment