ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଞ୍ଜାମ ତାରାତାରିଣୀ ମନ୍ଦିରରେ ପହଞ୍ଚି ମା’ଙ୍କୁ ଦର୍ଶନ କଲେ ନବୀନ ପଟ୍ଟନାୟକ। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଆସନ ପାଇଁ ନବୀନ ପ୍ରାର୍ଥିପତ୍ର ଦାଖଲ କରିବେ। ଏହା ପୂର୍ବରୁ ସେ ମା’ଙ୍କୁ ଦର୍ଶନ କରିଛନ୍ତି।

ମା’ଙ୍କ ଦର୍ଶନ ପରେ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ନାମାଙ୍କନ ପୂର୍ବରୁ ମା’ଙ୍କ ଆଶୀର୍ବାଦ ନେଲି।”

୨୦୦୦ ମସିହାରୁ ନବୀନ ଏହି ଆସନରୁ ପ୍ରତିନିଧିତ୍ୱ କରି ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଏଠାରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏହା ନବୀନଙ୍କ ପଞ୍ଚମ ଥର ନାମାଙ୍କନ ପତ୍ର ଦାଖଲ ହେବ।

Comment