ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଶାସକ ବିଜେଡି ଓ କଂଗ୍ରେସର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଥିବା ବେଳେ ବିଜେପିର ତାଲିକା ଏ ପର୍ଯ୍ୟନ୍ତ ପ୍ରକାଶ ପାଇପାରୁନାହିଁ।

ଆଜି ଘୋଷଣା ହୋଇପାରେ ବିଜେପିର ପ୍ରାର୍ଥୀ ତାଲିକା। ପ୍ରାର୍ଥୀଙ୍କୁ ଦଳୀୟ ଟିକେଟ୍‌ ନେଇ ବୁଧବାର ରାତିରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ଅନ୍ୟ ପ୍ରମୁଖ ଅଧିକାରୀ ସାମିଲ ହୋଇଥିଲେ। ଏହି ବୈଠକରେ ଓଡ଼ିଶା ସମେତ ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ଦଶଟି ରାଜ୍ୟର ପ୍ରାର୍ଥୀ ତାଲିକା ନେଇ ଆଲୋଚନା କରାଯାଇଛି।

ଅନ୍ୟ ଦୁଇ ଦଳର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ବିଜେପି ପାଇଁ ବର୍ତ୍ତମାନ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ ବାଛିବା ଏକ ପ୍ରକାର ସହଜ ହୋଇଯାଇଛି।

Comment