ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନିର୍ବାଚନ କମିଶନଙ୍କ ଆଖି ଏବେ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ଉପରେ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏନଫୋର୍ସ ମେଣ୍ଟ ସ୍କ୍ୱାଡ଼, ଖର୍ଚ୍ଚ ନିରୀକ୍ଷକ ଓ ଅବକାରୀ ଅଧିକାରୀଙ୍କୁ ଏଥି ସକାଶେ ନିୟୋଜିତ କରାଯାଇଛି। ପ୍ରାର୍ଥୀଙ୍କ ଖର୍ଚ୍ଚ ବ୍ୟତୀତ ମଦ ଚାଲାଣ ଉପରେ ମଧ୍ୟ ନଜର ରଖାଯିବ।

ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ କମିଶନ ପକ୍ଷରୁ ଯେଉଁ ଆଚରଣ ବିଧି ଲାଗୁ ହୋଇଛି ତାହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। କମିଶନ ସ୍ଥିର କରିଛି ଯେ ଓଡ଼ିଶାରେ ଜଣେ ସାଂସଦ ପ୍ରାର୍ଥୀ ୭୦ ଲକ୍ଷ ଓ ଜଣେ ବିଧାନସଭା ପ୍ରାର୍ଥୀ ୨୮ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ।

ଖର୍ଚ୍ଚକୁ ତଦାରଖ କରିବା ପାଇଁ ଓ ମଦ ଚାଲାଣ ରୋକିବା ସକାଶେ କମିଶନ ପକ୍ଷରୁ ୪୬୭ଟି ଫ୍ଲାଇଁ ସ୍କ୍ୱାଡ଼ ଗଠନ ହୋଇଛି। ଏଥିରେ ଅଛନ୍ତି ବରିଷ୍ଠ ଅଧିକାରୀ, ଭିଡ଼ିଓଗ୍ରାଫର, ୪ ଜଣ ସଶସ୍ତ୍ର ସୁରକ୍ଷା କର୍ମଚାରୀ, ୪୫୩ଟି ସ୍ଥିର ସର୍ଭେଲାନ୍ସ ଟିମ ମଧ୍ୟ ଗଢ଼ାଯାଇଛି। ତା’ଛଡ଼ା ୨୨୫ ଖର୍ଚ୍ଚ ନିରୀକ୍ଷକଙ୍କୁ ନିଯୁକ୍ତ କରାଯାଇଛି।

ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩ଟି ଫ୍ଲାଇଁ ସ୍କ୍ୱାଡ଼ ବ୍ୟତୀତ ଅନ୍ୟ ଟିମ ବି ରହିବେ। ଅବକାରୀ ବିଭାଗର ଅଧିକାରୀମାନେ ମଧ୍ୟ ତତ୍ପର ହୋଇ ଉଠିଛନ୍ତି। ଓଡ଼ିଶା ସୀମାନ୍ତରେ ଥିବା ଅଞ୍ଚଳରୁ ଚୋରା ମଦ ଧରାପଡ଼ିବା ପରେ ଅବକାରୀ ବିଭାଗ ପକ୍ଷରୁ ତଦାରଖ କାର୍ଯ୍ୟକୁ ବଢ଼ାଇ ଦିଆଯାଇଛି।

Comment