ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟରୋ

ଉତ୍କଳ ଭାରତ ଦଳର ମୁଖ୍ୟ ଐର ଖାରବେଳ ସ୍ୱାଇଁ କହିଛନ୍ତି ଯେ ମୁଁ ଆଗାମୀ ନିର୍ବାଚନ ବିଜେପିରୁ ଲଢ଼ିବି। ଖାରବେଳ କହିଛନ୍ତି ମୁଁ ବାଲେଶ୍ୱରରେ ବିଜେପିରୁ ନିର୍ବାଚନ ଲଢ଼ିବି।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଦିନେ ଦୁଇ ଦିନ ଭିତରେ ଏ ନେଇ ଚିତ୍ର ସ୍ପଷ୍ଟ ହେବ। ବିଜେପି ସହ ଆଲୋଚନା ଚାଲିଛି। ପଦ୍ମରୁ ଲଢ଼ିବା ନେଇ ମୋର କୌଣସି ଆପତ୍ତି ନାହିଁ।”

ଏହା ସହିତ ସେ ବିଜେଡିକୁ ଟାର୍ଗେଟ କରି କହିଛନ୍ତି, “ବିଜେଡି ଦଳ ଭିତରେ ଏବେ ଅନେକ ଦଳୀୟ କନ୍ଦଳ ଅଛି। ଏଥର ନବୀନ ବାବୁ ହାରିବେ। ଅନେକ ଆସନରେ ବିଜେଡିକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିବ।”

ଗୋଟିଏ ପଟେ ଖାରବେଳ ବିଜେପିରେ ମିଶିବା ନେଇ କହୁଥିବା ବେଳେ ଏ ନେଇ ବିଜେପିର କୌଣସି ନେତାଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Comment