ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ହିଞ୍ଜିଳି ବିଧାନସଭା ଲାଗି ଛତ୍ରପୁରରେ ୪ସେଟ୍‌ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ କରିବା ସହ ନବୀନ ନିଜର ସମ୍ପତ୍ତି ତାଲିକା ପ୍ରଦାନ କରିଛନ୍ତି।

ନବୀନ ଦେଇଥିବା ତଥ୍ୟ ଅନୁସାରେ ତାଙ୍କ ପାଖରେ ନଗଦ ୨୫ହଜାର ଟଙ୍କା ଅଛି। ସେହିପରି ନୂଆଦିଲ୍ଲୀ ଜନପଥ ସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ୬ଲକ୍ଷ ୫୦ହଜାର ଟଙ୍କା ଥିବା ବେଳେ ନୂଆଦିଲ୍ଲୀ ପାର୍ଲାମେଣ୍ଟ ହାସସ ସ୍ଥିତ ଷ୍ଟେଟବ୍ୟାଙ୍କରେ ୧୭୩୦ଟଙ୍କା,ହିଞ୍ଜିଳିକାଟୁ ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୬୪୬୫ଟଙ୍କା ଅଛି ମୁଖ୍ୟମନ୍ତ୍ରୀଙ୍କର।

ଏହାଛଡ଼ା ନବୀନ ନିବାସର ବର୍ତ୍ତମାନର ମୂଲ୍ୟ ୯କୋଟି ୫୨ଲକ୍ଷ ୪୬ହଜାର ୧୯୦ଟଙ୍କା ଅଛି। ଏହା ବାଦ୍‌ ନବୀନ୍‌ ନିଜ ଭଉଣୀ ଗୀତା ମେହଟ୍ଟାଙ୍କ ପାଖରୁ ୧୫ଲକ୍ଷ ଟଙ୍କା ଋଣ ଆଣିଥିବା ନିଜ ସତ୍ୟପାଠରେ ଦର୍ଶାଇଛନ୍ତି।

Comment