ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ପାଇଁ ବିଜେପି ତା’ର ପ୍ରାର୍ଥିତାଲିକା ଘୋଷଣା କରିଛି। ୧୮୨ଟି ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଆସନ୍ତା ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରଣାସୀରୁ ଲଢ଼ିବେ।

ନରେନ୍ଦ୍ର ମୋଦି କେଉଁ ଆସନରୁ ଲଢ଼ିବେ ସେ ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ, ବର୍ତ୍ତମାନ ଏହା ଉପରୁ ପରଦା ଉଠିଛି। ପୁରୀରୁ ନିର୍ବାଚନ ଲଢ଼ିବା ନେଇ ମୋଦିଙ୍କ ନାଁ ଉଠିଥିଲା। ତେବେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ମୋଦି ଏଥର ଉତ୍ତରପ୍ରଦେଶର ବାରଣାସୀରୁ ନିର୍ବାଚନ ଲଢ଼ିବେ।

Comment