ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କୁହାଯାଇଥାଏ କୌଣସି ଅସୁସ୍ଥ ଲୋକକୁ ଖୁସି କରିବାଠୁ ବଡ଼ କିଛି ପୂଣ୍ୟ ନଥାଏ। ବିଶେଷକରି ସେତେବେଳେ ଯେତେବେଳେ ରୋଗୀ ପ୍ରତିମୁହୂର୍ତ୍ତରେ ମୃତ୍ୟୁର ଡରରେ ବଞ୍ଚିଥାଏ। ଏମିତି ପରିସ୍ଥିତିରେ ସେହି ବ୍ୟକ୍ତିର ମୁହଁରେ ଯଦି କେହି ଟିକେ ହସ ଆଣିଦିଏ ସେ ବଞ୍ଚିବା ଲାଗି ଯେମିତି ମନରେ ଉତ୍ସାହ ପାଇଥାଏ।

ସାଉଥ ସୁପରଷ୍ଟାର ମହେଶ ବାବୁ ଠିକ୍‌ ସେମିତି ହସ ସହ ବଞ୍ଚିବା ଲାଗି ସାହାସ ଓ ଶକ୍ତି ଦେଇଛନ୍ତି ଜଣେ ରୋଗୀଙ୍କୁ। ଆଜ୍ଞା ହଁ ନିକଟରେ ମହେଶ ବାବୁ ଏକ ଏମିତି ଫ୍ୟାନଙ୍କୁ ଦେଖା କରିଛନ୍ତି ଯେ କ୍ୟାନସର୍‌ ସହ ଲଢେଇ ଜାରି ରଖିଛନ୍ତି।

ମହେଶ ବାବୁ ସ୍ରିକାକୁଲମରେ ରହୁଥିବା ଜଣେ ଯୁବତୀଙ୍କ ଇଛାକୁ ପୂରଣ କରିଛନ୍ତି, ଯେ କ୍ୟାନସର୍‌ ସହ ଲଢେଇ କରୁଛନ୍ତି। ଯୁବତୀଙ୍କ ଇଛାଥିଲା କି ସେ ମହେଶ ବାବୁଙ୍କୁ ଥରେ ଦେଖାକରିବା।

ମହେଶ ବାବୁ ଯୁବତୀଙ୍କ ଇଛା ରଖିବା ସହ କିଛି ସମୟ ତାଙ୍କ ସହ ବିତାଇଥିଲେ ଓ କିଛି ସମୟ କଥାବାର୍ତ୍ତା କରିଥିଲେ। ଏହାପରେ ଯୁବତୀ ଜଣଙ୍କ ଖୁସିଥିବା ନଜର ଆସିଛନ୍ତି। ଏହାସହିତ ମହେଶ ବାବୁ ତାଙ୍କ ଫ୍ୟାନଙ୍କ ସୁସ୍ଥତା କାମନା କରିଛନ୍ତି।

ମହେଶ ବାବୁଙ୍କ ଏପରି ବ୍ୟବହାର ଦେଖି ଫ୍ୟାନମାନେ ଅନେକ ପ୍ରଶଂସା କରୁଛନ୍ତି।

Comment