ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣାକୁ ନେଇ ଅନେକ ସ୍ଥାନରେ ଅସନ୍ତୋଷ ଦେଖିବାକୁ ମିଳିଛି। ଯେଉଁ ମାନେ ଟିକେଟରୁ ବଞ୍ଜିତ ହୋଇଛନ୍ତି ଅବା ଯେଉଁମାନଙ୍କୁ ଦଳ ଟିକେଟ ଦେଇନାହିଁ ସେମାନଙ୍କ ସମର୍ଥକ ମାନେ ପ୍ରତିବାଦ କରୁଛନ୍ତି।

ଭଦ୍ରକରେ ମଧ୍ୟ ବିଜେପିର ଟିକେଟ ଘୋଷଣାକୁ ନେଇ ପ୍ରତିବାଦ ଦେଖାଦେଇଛି। ବିଜେପି ଏଥର ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଲାଗି ମାଧବାନନ୍ଦ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି।

ମାଧବାନନ୍ଦ ନିକଟରେ କଂଗ୍ରେସର ହାତ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ଅନ୍ୟପଟେ ପୂର୍ବରୁ ବିଜେପିରୁ ଟିକେଟ ନେଉଥିବା ଦୀନବନ୍ଧୁ ପତିଙ୍କୁ ଦଳ ଏଥର ଟିକେଟ ଦେଇନାହିଁ। ଯାହାପରେ ଦୀନବନ୍ଧୁଙ୍କ ସମର୍ଥକ ମାନେ ପ୍ରତିବାଦ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି। ଏପରିକି ଅନେକ ସଂଖ୍ୟାରେ ସମର୍ଥକ ମାନେ ଆସି ଜିଲ୍ଲା ବିଜେପି ପାର୍ଟି ଅଫିସରେ ତାଲା ପକାଇଛନ୍ତି।

ସମର୍ଥକ ମାନେ କହିଛନ୍ତି, “ଆମେ ଏ ନେଇ ଅଭିଯୋଗ କରିବୁ। ଗତ ଦୁଇଦିନ ହେବ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତର ଲୋକେ ଏ ନେଇ ପ୍ରତିବାଦ କରୁଛନ୍ତି। ରାଜ୍ୟ ସଭାପତି ଏ ନେଇ ନିଷ୍ପତ୍ତି ନ ନେଲେ ଆମେ ସମସ୍ତେ ବିଜେପିରୁ ଇସ୍ତଫା ଦେବୁ।”

Comment