ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ଇତିହାସରେ ଭଗତ ସିଂହଙ୍କ ନାମ ବେଶ୍‌ ପରିଚିତ। ପିଲାଠୁ ବୃଦ୍ଧ ସମସ୍ତେ ତାଙ୍କୁ ଜାଣନ୍ତି। ତାଙ୍କ ନାମ ଶୁଣିଲେ ଆପେ ଆପେ ମନରେ ଦେଶପ୍ରେମ ଜାଗ୍ରତ ହୋଇଥାଏ। ଆଜି ସେହି ଦିନ ଯେଉଁଦିନ ଏହି ବୀରପୁରୁଷଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଥିଲା।

ପଞ୍ଜାବର ଲାୟଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂହ।

ସେ ଯେତେବେଳେ ୧୨ ବର୍ଷ ହୋଇଥିଲେ ସେତେବେଳେ ଜାଲିୱାନବାଗ ହତ୍ୟାକାଣ୍ଡ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ସେହି ଦିନଠାରୁ ସେ ଦେଶ ପାଇଁ ଲଢିବେ ବୋଲି ପ୍ରତିଜ୍ଞା ନେଇଥିଲେ। ଭଗତ ସିଂହ ୧୩ ବର୍ଷ ବୟସରେ ପାଠପଢ଼ା ଛାଡ଼ି ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ।

ଦେଶ ପାଇଁ ତାଙ୍କର ଲଢ଼େଇକୁ ଦେଖି ଇଂରେଜ ଭୟଭୀତ ହୋଇଯାଇଥିଲେ। ଦେଶପାଇଁ ସଂଗ୍ରାମ କରୁଥିବା ଏହି କ୍ରାନ୍ତିକାରୀଙ୍କ ଆନ୍ଦୋଳନ ଇଂରେଜମାନଙ୍କ ପାଇଁ ଅସହ୍ୟ ହୋଇଥିଲା।  ଇଂରେଜ ସରକାର ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ।

୧୯୩୧ ମସିହା ୨୪ ମାର୍ଚ୍ଚରେ ଦିଆଯିବାକୁ ଥିବା ୨୩ ମାର୍ଚ୍ଚ ଆନ୍ଧାର ରାତିରେ ଦିଆଗଲା। ଏହି ଦିନ ଭଗତ ସିଂହଙ୍କ ସହିତ ରାଜଗୁରୁ, ସୁଖଦେବଙ୍କୁ ବି ଫାଶୀ ଦିଆଯାଇଥିଲା।

Comment