ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ସ୍ଵାଧୀନତା ସଂଗ୍ରାମରେ ସବୁଠୁ ପ୍ରତିଭାଶାଳୀ କ୍ରାନ୍ତିକାରୀ ସଂଗ୍ରାମୀ ଥିଲେ ଭଗତ ସିଂହ। ତାଙ୍କ ନାଁ ଶୁଣିଲେ ଆପେ ଆପେ ମନରେ ଦେଶପ୍ରେମ ଜାଗ୍ରତ ହୋଇଥାଏ। ଆଜି ସେହି ମହାନ୍ତ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଦିନ।

ପଞ୍ଜାବର ଲାୟଲପୁର ଜିଲ୍ଲା ଅନ୍ତର୍ଗତ ବଙ୍ଗା ଗ୍ରାମରେ ୧୯୦୭ ମସିହା ସେପ୍ଟେମ୍ବର ୨୮ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଭଗତ ସିଂହ।

ସେ ଯେତେବେଳେ ୧୨ ବର୍ଷର ହୋଇଥିଲେ ସେତେବେଳେ ଜାଲିୱାନାବାଗ ହତ୍ୟାକାଣ୍ଡ ତାଙ୍କ ମନକୁ ଆନ୍ଦୋଳିତ କରିଥିଲା। ସେହି ଦିନଠାରୁ ସେ ଦେଶ ପାଇଁ ଲଢିବେ ବୋଲି ପ୍ରତିଜ୍ଞା ନେଇଥିଲେ। ଭଗତ ସିଂହ ୧୩ ବର୍ଷ ବୟସରେ ପାଠପଢ଼ା ଛାଡ଼ି ଭାରତର ସ୍ୱାଧୀନତା ସଂଗ୍ରାମରେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ।

ଦେଶ ପାଇଁ ତାଙ୍କର ଲଢ଼େଇକୁ ଦେଖି ଇଂରେଜ ଭୟଭୀତ ହୋଇଯାଇଥିଲେ। ଦେଶପାଇଁ ସଂଗ୍ରାମ କରୁଥିବା ଏହି କ୍ରାନ୍ତିକାରୀଙ୍କ ଆନ୍ଦୋଳନ ଇଂରେଜମାନଙ୍କ ପାଇଁ ଅସହ୍ୟ ହୋଇଥିଲା।  ଇଂରେଜ ସରକାର ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। ୧୯୩୧ ମସିହା ୨୪ ମାର୍ଚ୍ଚରେ ଦିଆଯିବାକୁ ଥିବା ଫାଶୀ ୨୩ ମାର୍ଚ୍ଚ ଅନ୍ଧାର ରାତିରେ ଦିଆଗଲା। ଏହି ଦିନ ଭଗତ ସିଂହଙ୍କ ସହିତ ରାଜଗୁରୁ, ସୁଖଦେବଙ୍କୁ ବି ଫାଶୀ ଦିଆଯାଇଥିଲା।

Comment