ଓଡ଼ିଶାଲାଇଭ ବ୍ୟୁରୋ

ଦେଶକୁ ସ୍ଵାଧୀନ କରିବାକୁ କମ୍ ବୟସରେ ଆଗେଇ ଆସିଥିଲେ ସହିଦ ଭଗତ ସିଂ। ସେଥିପାଇଁ ସେ ଚନ୍ଦ୍ର ଶେଖର ଆଜାଦଙ୍କ ଦଳରେ ମିଶିଥିଲେ। ପରେ ଦିଲ୍ଲୀ କେନ୍ଦ୍ରୀୟ ସଂସଦରେ ବୋମା ମାଡ଼ କରି ଗିରଫ ହୋଇଥିଲେ ଓ ଫାଶି ପାଇଥିଲେ।

ଯେତେବେଳେ ଭାରତର କ୍ରାନ୍ତିକାରୀ ନେତାଙ୍କ ନାମ ଆସେ ସେଥିରେ ପ୍ରଥମେ ଭଗତ ସିଂ ନାମ ରହିଥାଏ। ଗନ୍ଧିଜୀ ଅହିଂସା ଉପାୟରେ ଦେଶ ସ୍ଵାଧିନତା କରିବାକୁ ଚାହୁଁଥିଲା ବେଳେ ଭଗତ ସିଂ ଏହାର ବିପରୀତ ଥିଲେ। ପିଲାବେଳୁ ଚାରିଆଡ଼େ ସ୍ଵାଧିନତାର ସ୍ଵର ଶୁଣି ଶୁଣି ସେ ଅଭ୍ୟସ୍ତ ହୋଇ ପଡ଼ିଥିଲେ। ସେଥିପାଇଁ ସେ ଦେଶକୁ ସ୍ଵାଧିନତା ଦେବାପାଇଁ ଲାଗି ପଡ଼ିଥିଲେ।

ଚନ୍ଦ୍ର ଶେଖର ଆଜାଦଙ୍କ କ୍ରାନ୍ତିକାରୀ ଦଳରେ ସାମିଲ ହୋଇ ସେ ଦେଶର ସ୍ଵାଧିନତା ପାଇଁ ଲଢ଼ିଥିଲେ। ଖୁବ କମ ବୟସରେ ଏଭଳି ସାହାସ ଦେଖି ଇଂରେଜମାନେ ହଇରାଣ ହୋଇଯାଇଥିଲେ। ପ୍ରଥମେ ସ୍ୟାଣ୍ଡର୍ସଙ୍କୁ ହତ୍ୟା ଓ ପରେ ଦିଲ୍ଲୀ କେନ୍ଦ୍ରିୟ ସଂସଦରେ ବୋମା ବିସ୍ଫୋରଣ କରି ଇଂରେଜଙ୍କୁ କଡ଼ା ଜବାବ ଦେଇଥିଲେ। ଏହି ଘଟଣା ପାଇଁ ତାଙ୍କୁ ଇଂରେଜ ସରକାର ଗିରଫ କରିଥିଲେ। ତାଙ୍କ ସହ ତାଙ୍କର ଦୁଇ ସାଥି ଜୟିରାଜଗୁରୁ ଓ ଶୁକଦେବଙ୍କୁ ଫାଶୀ ଦିଆଯାଇଥିଲା।

ଭଗତ ସିଂ ସେପ୍ଟେମ୍ଵର ୧୯୦୭ରେ ପଞ୍ଜାବର ଲୟାଲପୁର ଜିଲ୍ଲାର ବାଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଯାହାକି ବର୍ତ୍ତମାନ ପାକିସ୍ତାନ ଅଧିନରେ ରହିଛି। ତାଙ୍କ ପିତା ହେଉଛନ୍ତି ସର୍ଦ୍ଦାର କିଶନ ସିଂ ଓ ମାତା ବିଦ୍ୟାବତୀ କୌର। ଏପ୍ରିଲ ୧୩ରେ ଜାଲିଆନାଓ୍ଵାଲା ବାଘ ହତ୍ୟାକାଣ୍ଡରୁ ତାଙ୍କ ତାଙ୍କ ମନରେ ପ୍ରତିଶୋଧର ଏକ ଘର ବସା ବାନ୍ଧିଥିଲା। ଜେନେରାଲ ଡାୟର ଜାଲିଆନାଓ୍ଵାଲା ବାଗରେ ସାଧାରଣ ଜନତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ଏଥିରେ ପ୍ରାୟ ୩୭୯ରୁ ୧୬୦୦ ଲୋକ ସହିଦ ହୋଇଥିଲେ। ଏହାକୁ ଦେଖିବା ପାଇଁ ଭଗତ ସିଂ ୪୦ କିଲୋମିଟର ଚାଲିକି ପଳାଇଥିଲେ।

ସେହି ମାଟିରେ ସହିଦ ହୋଇଥିବା ଲୋକଙ୍କ ରକ୍ତ ମିଶା ମାଟି ଆଣି ପାଖରେ ରଖିଥିଲେ। ସେବେଠୁ ଦେଶ ସ୍ଵାଧିନତାର ପାଗଳମୀ ଓ ଜାଲିଆନାଓ୍ଵାଲା ବାଗ ହତ୍ୟାକାଣ୍ଡର ପ୍ରତିଶୋଧ ତାଙ୍କ ମନରେ ଘର କରିନେଇଥିଲେ। ସେହି ଦିନରୁ ଭଗତ ସିଂ ଆରମ୍ଭ କରିଥିଲେ ଇଂରେଜ ମାନଙ୍କଠୁ ପ୍ରତିଶୋଧ ନେବାର ବାଟ।

୧୯୨୦ ମସିହାରେ ଗାନ୍ଧିଜୀ ଆରମ୍ଭ କରିଥିବା ଅସହଯୋଗ ଆନ୍ଦୋଳନ ସେତେବେଳେ ବହୁତ ପ୍ରଭାବଶାଳୀ ଥିଲା। ଭଗତ ସିଂ ୧୪ ବର୍ଶ ବୟସରେ ସେତେବେଳେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ। ଅସହଯୋଗ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ଚୌରିଚୌରାଠାରେ ପୋଲିସଥାନା ପୋଡ଼ି ଦେଇଥିଲେ। ଏଥିରେ ଗାନ୍ଧିଜୀ ରାଗିଯାଇ ଅସହଯୋଗ ଆନ୍ଦୋଳନ ବନ୍ଦ କରିଦେଇଥିଲେ।

ଏହା ବନ୍ଦ ହେବା ଫଳରେ ଦୁଇଟି ଗୋଷ୍ଠୀ ହୋଇଯାଇଥିଲା ଗୋଟେ ନରମ ଓ ଅନ୍ୟଟି ଗରମ ଗୋଷ୍ଠୀ। ଗରମ ଗୋଷ୍ଠୀର ଲୋକମାନେ ହିଂସା ଉପାୟରେ ସ୍ଵାଧିନତା ଆଣିବାକୁ ଚାହୁଁଥିଲେ ଯୋଉଥିଲେ ଭଗତ ସିଂ ଯୋଗ ଦେଇଥିଲେ। ଦେଶକୁ ସ୍ଵାଧିନତା ଦେଖୁବାକୁ ସ୍ଵପ୍ନ ଦେଖୁଥିବା ଭଗତ ସିଂଙ୍କ ବିବାହ ପାଇଁ ତାଙ୍କ ମା କହିବାରୁ ଭଗତ ସିଂ କହିଥିଲେ, ”ଏବେ ସ୍ଵାଧିନତା ହିଁ ମୋର ସ୍ତ୍ରୀ ହେବ।” ଏହା କହି ସେ ଘର ଛାଡ଼ି ଚାଲିଯାଇଥିଲେ।

ପରେ ସେ ଚନ୍ଦ୍ର ଶେଖର ଆଜାଦଙ୍କ ଦଳରେ ସାମିଲ ହୋଇଥିଲେ। ପ୍ରଥମେ ସେ ଟଙ୍କା ପାଇଁ ଇଂରେଜଙ୍କ ଖଜାନା ଲୁଟ କରିଥିଲେ ଓ ଧରା ପଡ଼ିଥିଲେ। ଏଥିରେ ତାଙ୍କର ଦୁଇ ସାଥୀ ଅସଓ୍ଵାକ ଉଲା ଖାନ ଓ ରାମ ପ୍ରସାଦ ବିସମିଲଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଥିଲା। ସେହି ସମୟରେ କୋର୍ଟ ଭିତରେ ନାରା ଦେଇଥିଲେ “ସରଫରୋଶୀ କି ତମନ୍ନା ଅବ ହମାରେ ଦିଲ ମେ ହୈ, ଦେଖନା ହେ ଅବ ଜୋର କିତନା ବାଜୁଏ କାତିଲ ହୈ।“

ପୁଣି ଲାଲା ଲାଜପତ ରାୟଙ୍କ ସହ ମିଶି ୧୯୨୮ରେ ସାଇମନ କମିଶନଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଥିଲେ। ଲାଲା ଲଜପତ ରାୟ ଓ ଭଗତ ସିଂଙ୍କ ଚିନ୍ତାଧାରା ସମ୍ପୂର୍ଣଣ ଭିନ୍ନ ଥିଲା ଲଜପତ ରାୟ ଲରମ ଦଳର ଥିଲେ ଓ ଭଗତ ସିଂ ଗରମ ଦଳର। ଆନ୍ଦୋଳନ ସମୟରେ ପୋଲିସ ଲାଠିରେ ଲାଲା ଲଜପତ ରାୟ ପ୍ରାଣ ହରାଇଥିଲେ। ଇଂରେଜଙ୍କଠୁ ଗୁରୁଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଆଗେଇ ଆସିଥିଲେ ଜୟିରାଜଗୁରୁ, ଶୁକଦେବ ଓ ଭଗତସିଂ।

ଲାଲା ଲଜପତ ରାୟଙ୍କୁ ମାରିଥିବା ପୋଲିସ ଅଫିସର ସ୍କଟଙ୍କ ବଦଳରେ ଅନ୍ୟ ଜଣେ ପୋଲିସ ଅଫିସର ସ୍ୟାଣ୍ଡର୍ସଙ୍କୁ ଗୁଳି କରି ଫେରାର ହୋଇଯାଇଥିଲେ। ପରେ ଲାହୋର ଛାଡ଼ି ଦିଲ୍ଲି ପଳାଇ ଆସିଥିଲେ। ସେଠାରେ ମଧ୍ୟ ଆଜାଦି ପାଇଁ ଲାଗି ପଡ଼ିଥିଲେ ଦିଲ୍ଲୀ କେନ୍ଦିୟ ସଂସଂଦରେ ବୈଠକ ବେଳେ ବୋମା ବିସ୍ଫରଣ କରିଥିଲେ। ଚାହିଁଥିଲେ ଫେରାର ହୋଇ ପାରିଥାନ୍ତ ହେଲେ ସେ ଗଲେ ନାହିଁ। ସେଠାରେ ଗିରଫ ହେଲେ ଆଉ ନାରା ଦେଲେ ‘ଇନ କିଲାବ ଜିନ୍ଦାବାଦ’।

ପରେ ଜୟୀରାଜଗୁରୁ, ଶୁକଦେବ ଓ ଭଗତ ସିଂ ଗିରଫ ହୋଇଥିଲେ। ଜେଲରେ ମଧ୍ୟ ସେ ଇଂରେଜମାନଙ୍କ ନିଦ ହଜାଇ ଦେଇଥିଲେ। ଏହାକୁ ଦେଖି ତାଙ୍କ ଅନ୍ୟ କଏଦୀଙ୍କଠାରୁ ଅଲଗା କରି ଦିଆଯାଇଥିଲା। ଏହାପରେ ସେଠାରେ ଆମରଣ ଅନଶନ କରିଥିଲେ। ୬୪ ଦିନର ଅନଶନରେ ଜଣେ ସହିଦ ମଧ୍ୟ ହୋଇଥିଲେ।
୨୩ ତାରିଖରେ ହଠାତ ଇଂରେଜ ସରକାର ତାଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ। ଏହା ଶୁଣି ସେମାନେ ସ୍ମିତ ହାସ୍ୟ ଦେଇଥିଲେ। ସେମାନେ ଇଂରେଜ ସରକାରଙ୍କୁ କହିଥିଲେ ଯେ ଫାଶୀ ଦେଲା ବେଳେ ତାଙ୍କ ହାତ ଓ ମୁଁହ ଖୋଲା ରଖିବାକୁ। ଏହାକୁ ମାନି ଇଂରେଜ ସରକାର ତାଙ୍କ ହାତ ଖୋଲା ରଖିଥିଲା ୨୪ ମାର୍ଚ୍ଚ ୧୯୩୧ ତାରିଖ ସକାଳେ ତାଙ୍କୁ ଫାଶୀ ଦିଆଯାଇଥିଲା। ଫାଶି ସମୟରେ ସେ ଫାଶି ଧଉଡ଼ିକୁ ଚୁମ୍ଵନ ଦେଇ ଇନ କିଲାବ ଜିନ୍ଦାବାଦ ନାରା ଦେଇ ହସିହସି ଦେଶ ପାଇଁ ଜୀବଦାନ ଦେଇଥିଲେ।

Comment