ଓଡ଼ିଶାଲାଇଭ୍‌ ବ୍ୟୁରୋ

ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀଙ୍କୁ ମିଳିଲା ବଡ଼ ପଦବୀ। ଶନିବାର ଉମା ଭାରତୀଙ୍କୁ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଉମାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ଏଣିକି ସେ ନିର୍ବାଚନ ନଲଢ଼ି ଦଳର ସାଂଗଠନିକ କଥା ବୁଝିବେ।

ଉତ୍ତର ପ୍ରଦେଶର ଝାନ୍‌ସୀ-ଲଳିତପୁର ନିର୍ବାଚନମଣ୍ଡଳୀରୁ ସାଂସଦ ଭାବେ ନିର୍ବାଚିତ ହୋଇ ଉମା କ୍ୟାବିନେଟ୍‌ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ୨୦୧୬ ମସିହାରୁ ଉମା ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। ସେ କ୍ୟାବିନେଟ୍‌ ମନ୍ତ୍ରୀ ହେବା ପୂର୍ବରୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

Comment