ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନ ଲାଗି ୨୦ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳରୁ ୧୮୫ ଜଣଙ୍କ ନାମ ଘୋଷଣା କରିଛି। ଯେଉଁ ତାଲିକାରେ ଦେଖିବାକୁ ମିଳିଛି ଦଳ ପାଖାପାଖି ୯୯ପ୍ରତିଶତ ପୂରଣା ନେତାଙ୍କୁ ପୁଣିଥରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଛି।

୧୮୫ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଏବେ ଆଶାୟୀଙ୍କ ନଜର ବାକିଥିବା ଲୋକସଭା ଆସନ ଉପରେ। ସିଟ୍ କମ୍ ଓ ଆଶାୟୀ ଅଧିକ ଥିବାରୁ କାହାକୁ ଟିକେଟ ମିଳିବ ଓ କାହାକୁ ମିଳିବନି ସେ ନେଇ ଆଶା ଓ ଆଶଙ୍କାରେ ଆଶାୟୀ।

ଏହାରି ଭିତରେ ରାଜନୈତିକ ମହଲରେ ଆଉ ଏକ ଚର୍ଚ୍ଚା ହେଉଛି ଯେ ବିଜେପି ଏଥର ମେନକା ଗାନ୍ଧି ଓ ତାଙ୍କ ପୁଅ ବରୁଣ ଗାନ୍ଧିଙ୍କ ଭିତରୁ କାହାକୁ ଟିକେଟ ଦେବ ନା ଉଭୟଙ୍କୁ ଟିକେଟ ଦେବ। କାରଣ ୨୦୧୪ ନିର୍ବାଚନ ସମୟରେ ପାର୍ଟି ଉଭୟ ମା ପୁଅଙ୍କୁ ଟିକେଟ ଦେଇଥିଲା।

ମେନକା ଗାନ୍ଧି ପୂର୍ବରୁ ଦଳର ନେତୃତ୍ୱକୁ ଜଣାଇଥିଲେ କି ସେ ଏଥର ସେ ପିଲଭିଟ୍‌ ବଦଳରେ ହରିୟାଣାର କରନାଲରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି ଏବଂ ତାଙ୍କ ପୁଅ ବରୁଣ ଗାନ୍ଧିଙ୍କୁ ପିଲଭିଟ୍‌ରୁ ଟିକେଟ ଦିଆଯାଉ।

ତେବେ ସୂଚନାନୁସାରେ ଏଥର ବିଜେପି ପିଲଭିଟ୍‌ରୁ  ନିକଟରେ ବିଜେପିରେ ସାମିଲ ହୋଇଥିବା ସାଂସଦ ଅରବିନ୍ଦ ଶର୍ମାଙ୍କୁ ଟିକେଟ ଦେଇପାରେ। ଅର୍ଥାତ ମେନେକା ଗାନ୍ଧିକୁ ପିଲଭିଟ୍‌ରୁ ନୋ ଏଣ୍ଟ୍ରି।

ଏହାପରେ ମେନେକା ଗାନ୍ଧି କିଛି ଅଲଗା ଇଛା ପ୍ରକାଶ କରୁଛନ୍ତି ନିଜ ପାଇଁ ଓ ପୁଅ ପାଇଁ। କିନ୍ତୁ କେତେଦୂର ବିଜେପି ମେନେକାଙ୍କ ଇଛା ଅନୁସାରେ ଟିକେଟ ଦେଉଛି ତାହା ଦେଖିବାର କଥା।

ବିଶେଷସୂତ୍ରର ସୂଚନାନୁସାରେ ଦଳ ଚାହୁଁଛି କି ବରୁଣ କି ମେନେକା ଜଣଙ୍କୁ ଟିକେଟ ଦେବ। ତେବେ ବିଜେପି ତାର ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ହିଁ ଏସବୁ ଚିତ୍ର ସ୍ପଷ୍ଟ ହେବ। ମା ପୁଅଙ୍କ ମଧ୍ୟରୁ ଦଳ କାହାକୁ ଟିକେଟ ଦେଉଛି।

Comment