ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରକାଶ ମିଶ୍ର ରବିବାର ବିଜେପିରେ ସାମିଲ ହୋଇଛନ୍ତି। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଦ୍ଧିବଦ୍ଧ ଭାବେ ପ୍ରକାଶ ବିଜେପିରେ ସାମିଲ ହୋଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପ୍ରକାଶ ବିଜେପିରେ ସାମିଲ ହୋଇଛନ୍ତି। ପ୍ରକାଶ ମିଶ୍ର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, କେଭି ସିଂ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ଚର୍ଚ୍ଚା ହେଉଛି ପ୍ରକାଶଙ୍କୁ ବିଜେପି କଟକ ଲୋକସଭା ଆସନ ଲାଗି ପ୍ରାର୍ଥୀ କରିପାରେ। ତେବେ ଏ ନେଇ ବିଜେପି ପକ୍ଷରୁ ସେମିତି କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ।

ପୋଲିସ ବିଭାଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରିଛନ୍ତି ପ୍ରକାଶ ମିଶ୍ର।

Comment