ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଭାରତୀୟ ଜନତା ପାର୍ଟିର ଔରଙ୍ଗଜେବ ହେଲେ ଧର୍ମେନ୍ଦ୍ର ପ୍ରଧାନ”। ଧର୍ମେନ୍ଦ୍ରଙ୍କୁ ଏଭଳି କଟୁ ସମାଲୋଚନା କରିଛନ୍ତି ଭାଜପାର ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ରାଜ କିଶୋର ଦାସ। ଦଳରୁ ଇସ୍ତଫା ଦେବା ପରେ ସେ ଏହା କହିଛନ୍ତି।

ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ବିଜେପି ଦଳ ପକ୍ଷରୁ ଟିକେଟ ବଣ୍ଟନ ଚାଲିଥିବା ବେଳେ ଦଳ ଭିତରେ ଅସନ୍ତୋଷର ସ୍ଵର ଦେଖିବାକୁ ମିଳିଛି। ବରିଷ୍ଠ ନେତା ତଥା ରାଜ୍ୟ ଉପସଭାପତି ରାଜ କିଶୋର ଦାସ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ମୋରଡ଼ା ବିଧାନସଭା କ୍ଷେତ୍ର ପାଇଁ ଆଶାୟୀ ଥିଲେ। ତାଙ୍କର ବଳିଷ୍ଠ ସାଂଗଠନିକ ଦକ୍ଷତା ପାଇଁ ଭାଜପା ମୟୂରଭଞ୍ଜ ଜିଲ୍ଲାକୁ ସମ୍ପୂର୍ଣ ଦଖଲ କରିଥିଲା।

                               ଧର୍ମେନ୍ଦ୍ର ପ୍ରଧାନ

ଦୀର୍ଘ ୪୦ ବର୍ଷ ଧରି ସେ ବିଜେପି କୁ ନିଜର ଘର ଭାବି ଦଳ ପାଇଁ କାର୍ଯ୍ୟକରିଥିଲେ। ସେ ଚଳିତ ନିର୍ବାଚନରେ ମୋରଡା ବିଧାନସଭା ଅ।ସନରୁ ବିଜେପିର ଅ।ଶାୟୀ ଥିଲେ । ତାଙ୍କ ଦଳୀୟ ଟିକେଟ କଟିଯାଉଥିବା ସେ ସୂଚନା ପାଇବା ପରେ ଗତକାଲି ସେ ତାଙ୍କର ଇସ୍ତଫା ପତ୍ର ରାଜ୍ୟ ସଭାପତିକୁ ଦେଇଛନ୍ତି। ଏପରିକି ସେ ଦଳର ପ୍ରାଥମିକ ସଦସ୍ୟ ରୁ ବି ଇସ୍ତଫା ଦେଇଛନ୍ତି। ସେ ଏହି ଘଟଣାକୁ ତାଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ଷଡ଼ଯନ୍ତ୍ର ବୋଲି ଖୋଲା ଖୋଲି ଅଭିଯୋଗ କରିଛନ୍ତି। ସେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପିର ଔରଙ୍ଗଜେବ ବୋଲି କଟୁ ସମାଲୋଚନା କରିଛନ୍ତି।

 

Comment