ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପି ସୋମବାର ୨ଟି ଲୋକସଭା ସହ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ତେବେ ଏହି ପ୍ରାର୍ଥୀ ତାଲିକାରେ ସଦ୍ୟ ବିଜେପିରେ ମିଶିଥିବା ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦଙ୍କୁ ବିଜେପି ଟିକେଟ୍‌ ଦେଇଛି। ରିଶଭଙ୍କୁ ବେଗୁନିଆ ବିଧାନସଭା ପାଇଁ ବିଧାୟକ ପ୍ରାର୍ଥୀ ଭାବେ ବିଜେପି ଟିକେଟ୍‌ ଦେଇଛି।

କିଛି ଦିନ ତଳେ ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ନନ୍ଦଙ୍କ ପୁଅ ରିଷଭ ନନ୍ଦ ବିଜେପିରେ ସାମିଲ ହୋଇଥିଲେ। ରିଷଭ ନନ୍ଦ ବେଗୁନିଆ ଆସନରୁ ବିଜେଡ଼ି ପାଇଁ ଆଶାୟୀ ପ୍ରାର୍ଥୀ ଥିଲେ। ହେଲେ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିବା ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ ରିଷଭ। ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ପ୍ରମୁଖ ନେତାମାନଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ରିଷଭ। ବର୍ତ୍ତମାନ ରିଶଭଙ୍କୁ ବେଗୁନିଆ ଆସନରୁ ବିଧାୟକ ପ୍ରାର୍ଥୀ ଭାବେ ଟିକେଟ୍‌ ଦେଇଛି ବିଜେପି।

ସୋମବାର ବିଜେପି ପକ୍ଷରୁ ୨ଟି ଲୋକସଭା ସହ ୯ ବିଧାନସଭା ଆସନ ଲାଗି ପ୍ରାର୍ଥୀପତ୍ର ଘୋଷଣା କରିଛି। ପ୍ରାର୍ଥୀ ତାଲିକା ଅନୂଯାୟୀ କନ୍ଧମାଳ ଲୋକସଭା ଆସନରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ଐର ଖାରବେଳ ସ୍ୱାଇଁ। ସେହିପରି ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ପ୍ରକାଶ ମିଶ୍ର ହୋଇଛନ୍ତି କଟକ ଳୋକସଭା ଆସନରୁ ବିଜେପି ସାଂସଦ ପ୍ରାର୍ଥୀ।

ବର୍ତ୍ତମାନ ବିଜେପି ବେଗୁନିଆ ଆସନରୁ ରିଷଭଙ୍କୁ ଟିକେଟ୍‌ ଦେଇଥିବା ବେଳେ ଏପର୍ଯ୍ୟନ୍ତ ବିଜେଡି ଓ କଂଗ୍ରେସ ଏହି ଆସନ ପାଇଁ ପ୍ରାର୍ଥିପତ୍ର ଘୋଷଣା କରିନାହିଁ। ତେବେ ରିଷଭ ବିପକ୍ଷରେ ବିଜେଡି କାହାକୁ ଟିକେଟ୍‌ ଦେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।

Comment