ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପିରେ ଯୋଗ ଦେଲେ ଉତ୍କଳ ଭାରତ ଦଳର ମୁଖ୍ୟ ଐର ଖାରବେଳ ସ୍ୱାଇଁ। ରାଜ୍ୟ କାର୍ଯ୍ୟାଳୟରେ ସେ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

ବିଜେପିରେ ମିଶିବା ପରେ  ଖାରବେଳ ନିଜ ପ୍ରତିକ୍ରିୟାରେ କହିଛନ୍ତି, “ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରୁ ଦୁର୍ନିୀତି ଦୂର ହୋଇଛି। ୧୯ ବର୍ଷ ଧରି ରାଜ୍ୟରେ ଅପାରଗ ସରକାର ଚାଲିଛି।”

ସେ କହିଛନ୍ତି ଯେ ସେ କନ୍ଧମାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ।

ଆଗରୁ ବି ଖାରବେଳେ କହିଥିଲେ ଯେ ସେ ଆଗାମୀ ନିର୍ବାଚନରେ ବିଜେପିରୁ ଲଢ଼ିବେ। ଏହାସହ ସେ ଆଗରୁ ବିଜେଡିକୁ ଟାର୍ଗେଟ ମଧ୍ୟ କରିଥିଲେ ଏବଂ କହିଥିଲେ, ” ବିଜେଡି ଦଳ ଭିତରେ ଏବେ ଅନେକ ଦଳୀୟ କନ୍ଦଳ ଅଛି। ଏଥର ନବୀନ ବାବୁ ହାରିବେ। ଅନେକ ଆସନରେ ବିଜେଡିକୁ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିବ।”

ପୂର୍ବରୁ ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ୱାଇଁ ଗତ କିଛି ଦିନ ହେବ ରାଜ୍ୟର ବିଭିନ୍ନ ଅଞ୍ଚଳ ବୁଲି ବିଜେଡି ବିରୋଧରେ ଜନସଭା ମଧ୍ୟ କରିଥିଲେ।

Comment