ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

କନ୍ଧମାଳରୁ ଖାରବେଳ ସ୍ୱାଇଁ ଓ କଟକରୁ ପ୍ରକାଶ ମିଶ୍ର ହେଲେ ବିଜେପିର ଲୋକସଭା ପ୍ରାର୍ଥୀ।

୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ୨ ଲୋକସଭା ଏବଂ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେଲା ବିଜେପି। କନ୍ଧମାଳରୁ ଖାରବେଳ ସ୍ୱାଇଁ ଓ କଟକରୁ ପ୍ରକାଶ ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରିଛି ଦଳ।

ଆଜି ଐର ଖାରବେଳ ସ୍ୱାଇଁ ବିଜେପିରେ ଯୋଗ ଦେଇଥିବା ବେଳେ ରବିବାର ପ୍ରକାଶ ମିଶ୍ର ସାମିଲ ହୋଇଛନ୍ତି।

ପୂର୍ବରୁ ବିଜେପି ମଧ୍ୟ ୨୨ଟି ବିଧାନସଭା ଆସନ  ଓ ୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ଏହାପୂର୍ବରୁ ୯ଟି ଲୋକସଭା ଆସନ ପାଇଁ ତାଲିକା ଘୋଷଣା କରିଥିଲା ବିଜେପି।

୨୦୧୯ ନିର୍ବାଚନ ଟିକେଟ୍‌କୁ ନେଇ ସବୁ ଦଳରେ ଏକପ୍ରକାର ଅସନ୍ତୋଷ ତେଜୁଥିବା ଦେଖିବାକୁ ମିଳିଛି।

Comment