ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ସଭାପତି ନବୀନ ପଟ୍ଟନାୟକ ରବିବାର ସଂଧ୍ୟାରେ ୯ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଏହି ତାଲିକାରେ ଅନେକ ନୂଆ ମୁହଁ ଦେଖିବାକୁ ମିଳିଛି ଯେଉଁମାନଙ୍କ ଉପରେ ଦଳ ଭରସା କରି ଟିକେଟ ଦେଇଛି।

ନବୀନ ପଟ୍ଟନାୟକ ରବିବାର ଝରିଗାଁ, ବଲାଙ୍ଗିର, ବ୍ରଜରାଜନଗର,ମାଲକାନଗିରି,ବୀରମିତ୍ରପୁର, ଲାଞ୍ଜିଗଡ଼, ପଟାଙ୍ଗି,ଲୋଇସିଂହା, ଫୁଲବାଣୀ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି। ଏହା ସହିତ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ।

ଉକ୍ତ ତାଲିକାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ୪ଟି ଆସନ ଥିବା ବେଳେ ବାକି ଆସନ ଦ୍ଵିତୀୟ ଓ ତୃତୀୟ ପର୍ଯ୍ୟାୟ ଲାଗି ଅଛି।

ପ୍ରଥମ ପର୍ଯ୍ୟାୟ ଲାଗି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ଆଜି ଅଛି ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିକ ୨୬ ତାରିଖ ଅର୍ଥାତ ଆସନ୍ତାକାଲି ଅଛି।

ଝରିଗାଁ ଲାଗି – ପ୍ରକାଶ ଚନ୍ଦ୍ର ମାଝି

ମାଲକାନଗିରି ଲାଗି – ମୁକୁନ୍ଦ ସୋଢ଼ି

ପଟ୍ଟାଙ୍ଗୀ ଲାଗି – ପ୍ରୀତମ ପାଢୀ

ଲାଞ୍ଜିଗଡ଼ ଲାଗି – ପ୍ରଦୀପ କୁମାର ଦିଶାରୀ

ବଲାଙ୍ଗିରି ଲାଗି – ଅର୍କେଶ ନାରାୟଣ ସିଂହଦେଓ

ବ୍ରଜରାଜନଗର ଲାଗି – କିଶୋର ମହାନ୍ତି

ଲୋଇସିଂହା ଲାଗି – ପ୍ରଦୀପ ବେହେରା ଙ୍କୁ ଟିକେଟ ଦେଇଛି ଦଳ

ସେହିପରି ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଲାଗି ବିଜେଡି ୨ଟି ଆସନ ଲାଗି ପ୍ରାର୍ଥୀ ଦେଇସାରିଛି। ରେଢ଼ାଖୋଲରୁ ରୋହିତ ପୂଜାରୀଙ୍କୁ ଦଳ ଟିକେଟ ଦେଇଥିବା ବେଳେ ସମ୍ବଲପୁରରୁ ରାସେଶ୍ଵରୀ ପାଣିଗ୍ରାହୀଙ୍କୁ ଦଳ ଟିକେଟ ଦେଇଛି।

ଅନ୍ୟପଟେ ଦେଖିବାକୁ ଗଲେ ଦ୍ଵିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଲାଗି ୨ଟି ଆସନ(ବୀରମିତ୍ରପୁର ଓ ଫୁଲବାଣୀ) ଲାଗି ଦଳ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ। ଆସନ୍ତାକାଲି ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଥିବାରୁ ଆଜି ସଂଧ୍ୟା ସୁଦ୍ଧା ଏହି ୨ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ

Comment