ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପୁର ଆସନ ଲାଗି ବିଳମ୍ବିତ ରାତିରେ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ସନତ ଗଡ଼ତିଆଙ୍କୁ ବିଜେପୁର ଲାଗି ପ୍ରାର୍ଥୀ କରିଛି ବିଜେପି। ବିଜେପୁର ସହିତ ଅନ୍ୟ ରାଜ୍ୟର ୪ଲୋକସଭା ଲାଗି ମଧ୍ୟ ପ୍ରାର୍ଥୀ ଘୋଷଣା କରାଯାଇଛି।

ପୂର୍ବରୁ ବିଜେପି ବିଜେପୁରକୁ ଛାଡ଼ି ଦ୍ଵିତୀୟ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ଲାଗି ପ୍ରାୟ ସବୁ ଆସନରେ ପ୍ରାର୍ଥୀ ଦେଇସାରିଥିଲା। ସନତ ଗଡ଼ତିଆ ବିଜେପୁର ଉପନିର୍ବାଚନ ସମୟରେ ବିଜେପିରେ ସାମିଲ ହୋଇଥିଲେ.

ଏଥର ହିଞ୍ଜିଳି ସହ ବିଜେପୁରରୁ ମୁଖ୍ୟମନ୍ତ୍ରୀ ନିର୍ବାଚନ ଲଢ଼ୁଛନ୍ତି। ଉଭୟ ଆସନ ଲାଗି ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି ନବୀନ ପଟ୍ଟନାୟକ।

ଯାହା ସୂଚନା ମିଳିଛି ସନତ ଗଡ଼ତିଆ ଆଜି ନିଜର ପ୍ରାର୍ଥିପତ୍ର ଦାଖଲ କରିବେ। ବିଜେପୁରରୁ ନବୀନ ପଟ୍ଟନାୟକ ଲଢ଼ୁଥିବାରୁ ବିଜେପୁରରେ ବିଜେଡି କର୍ମୀ ଉତ୍ସାହିତ ଅଛନ୍ତି ଅନ୍ୟପଟେ ବିଜେପିର ପ୍ରାର୍ଥୀ ସନତ ଗଡ଼ତିଆ ମଧ୍ୟ ନିର୍ବାଚନକୁ ଅନେକ ଆଶାବାଦୀ ଅଛନ୍ତି।

Comment