ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ନିର୍ବାଚନକୁ ଆଉ ଅଳ୍ପଦିନ ବାକିଥିବା ବେଳେ ଏବେ ପ୍ରାୟ ସବୁଦଳରେ ପ୍ରତିଦିନ ଚାଲିଛି ମିଶ୍ରଣ ପର୍ବ। ନିକଟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଥିଲେ ଲକ୍ଷ୍ମଣ ଟୁଡ଼ୁ ଓ ଆଇନଜୀବୀ ଅବନୀ କୁମାର ମହାନ୍ତି।

ଏହାପରେ ବାରିପଦାରେ ଥିବା ବିବାହ ମଣ୍ଡପ ନିକଟରେ ବିଜେପି ପକ୍ଷରୁ ଏକ ମହାମିଳନ କାର୍ଯ୍ୟକ୍ରମ ଆଯୋଜନ କରାଯାଇଥିଲା ଯେଉଁଥିରେ ବିଜେପିରେ ସାମିଲ ହୋଇଥିବା ନେତାଙ୍କୁ ସ୍ୱାଗତ କରାଯାଇଥିଲା। ଏଥିରେ ବିଜେପିର ଅନେକ ତୁଙ୍ଗ ନେତା ସାମିଲ ହୋଇଥିଲେ।

ଲକ୍ଷ୍ମଣ ଟୁଡୁ ୨୦୦୯ ରେ ବିଜେଡି ଟିକେଟରେ ସାଂସଦ ଭାବେ ଜିତିଥିଲେ। ଏହାପରେ ସେ କିଛି ଦିନ ବିଜେଡିର ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇଥିଲେ। କିନ୍ତୁ କିଛିଦିନ ତଳେ ସେ ବିଜେପିରେ ସାମିଲ ହୋଇଛନ୍ତି।

ମୟୁରଭଞ୍ଜ ଲାଗି ଲକ୍ଷ୍ମଣକୁ ବିଜେପି କେଉଁ ଦାୟିତ୍ୱ ଦେଉଛି ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହୋଇପାରିବ।

Comment