ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ ବର୍ତ୍ତମାନ ଦୁଇଟ ବଡ଼ ପର୍ବ ପାଳନ ହେଉଛି। ଗୋଟିଏ ହେଉଛି ୨୦୧୯ ନିର୍ବାଚନ ଏବଂ ଅନ୍ୟଟି ବ୍ୟୟବହୁଳ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏଭଳି ସ୍ଥିତିରେ ଆଇପିଏଲ୍‌ ଖେଳାଳିମାନେ ବିଶେଷ ଭାବେ ପ୍ରଭାବିତ ହୋଇଥାନ୍ତି।

ଦେଶର ବିଭିନ୍ନ ସ୍ଥାନରେ ବୁଲି ବୁଲି ମ୍ୟାଚ୍‌ ଖେଳିବା ଭିତରେ ସେମାନଙ୍କ ପାଇଁ ନିଜ ଘରୋଇ ଆସନରୁ ଭୋଟ୍‌ ଦେବା ସମ୍ଭବ ହୋଇନଥାଏ। ଏଭଳି ଅସୁବିଧାକୁ ନେଇ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ୱିଟ କରି ଏକ ଅନୁରୋଧ କରିଛନ୍ତି।

ଅଶ୍ୱିନ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରୁଛି କି, ଆଇପିଏଲରେ ଖେଳୁଥିବା କ୍ରିକେଟର ଯେଉଁ ସହରରେ ଥିବେ, ସେହି ସ୍ଥାନରେ ନିଜର ଭୋଟ୍‌ ଦେଇପାରିବା ପାଇଁ ବ୍ୟବସ୍ଥା କରାଯାଉ।”

ନିର୍ବାଚନ ପ୍ରକ୍ରିୟାର ନିୟନ୍ତ୍ରଣ କରିବାର ଅଧିକାର କେବଳ ନିର୍ବାଚନ କମିଶନଙ୍କ ପାଖରେ ଅଛି। ନିର୍ବାଚନ କରିବାରେ ରାଜନୈତିକ ଦଳର କୌଣସି ଭୂମିକା ରହିନଥାଏ। ତେବେ ଅଶ୍ୱିନ ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଅନୁରୋଧ କରିବାକୁ କିଛି ଫ୍ୟାନ୍‌ ଟ୍ରୋଲ୍‌ କରୁଛନ୍ତି। କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଶ୍ୱିନଙ୍କ ସମେତ ଅନେକ ଖେଳାଳିଙ୍କୁ ଭୋଟ ପାଇଁ ସଚେତନତା ସୃଷ୍ଟି କରିବା ପାଇଁ ଟ୍ୱିଟରରେ ଟ୍ୟାଗ କରିଥିଲେ।

Comment