ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି। ନିର୍ବାଚନ ପୂର୍ବରୁ ପ୍ରତିଦିନ ରାଜ୍ୟ ରାଜନୀତିରେ କିଛି ନା କିଛି ଘଟୁଛି। ରାଜନୈତିକ ହଟଚମଟ ଭିତରେ ସବୁଠୁ ଅଧିକ ଦଳଡିଆଁ ବା ଅଦଳବଦଳ ଚାଲୁଛି। କିଏ କେତେବେଳେ କେଉଁଦଳ ଛାଡ଼ି ଅନ୍ୟକେଉଁଠି ମିଶୁଛି ତାହା କହିବା କଷ୍ଟ।

ଏପଟେ ବିଜେପିକୁ ପୁଣି ଫେରିପାରନ୍ତି ବିଜୟ ମହାପାତ୍ର। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯୋଗଦେବାର ସମ୍ଭାବନା ରହିଛି। ଶୁକ୍ରବାର ମୋଦିଙ୍କ ଜୟପୁରରେ ହେବାକୁ ଥିବା ସମାବେଶରେ ସାମିଲ ହେବାର ବି ସମ୍ଭାବନା ରହିଛି। ଆଜି ବୈଜୟନ୍ତ ପଣ୍ଡା ଏବଂ ଅରୁଣ ସିଂହ ବିଜୟଙ୍କ ବାସଭବନକୁ ଯାଇଛନ୍ତି। ଏହାସହ ବିଜୟଙ୍କ ଘର ଆଗରେ ସମର୍ଥକଙ୍କ ଭିଡ଼ ମଧ୍ୟ ହୋଇଛି।

ପୂର୍ବରୁ ଅସନ୍ତୋଷ ପ୍ରକାଶ କରି ବିଜେପିରୁ ଇସ୍ତଫା ଦେଇଥିଲେ ବିଜୟ।

ତେବେ ବିଜୟ ଯଦି ପୁଣିଥରେ ବିଜେପିକୁ ଫେରନ୍ତି ତେବେ ଦଳ ତରଫରୁ ତାଙ୍କୁ କେଉଁ ଦାୟିତ୍ୱ ଦିଆଯାଉଛି ଓ ଆଗାମୀ ନିର୍ବାଚନ ବେଳେ ଦଳ ଲାଗି ବିଜୟ କେତେ ଫାଇଦା ହେବେ ତାହା ବିଜୟଙ୍କ ନିଷ୍ପତ୍ତି ପରେ ହିଁ ସ୍ପଷ୍ଟ ହୋଇପାରିବ।

Comment