ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ଛାଡ଼ିଲେ ପୂର୍ବତନ ଯାଜପୁର ସାଂସଦ ମୋହନ ଜେନା। ଆଗାମୀ ନିର୍ବାଚନରେ ମୋହନଙ୍କୁ ଟିକେଟ୍‌ ମିଳିନଥିବାରୁ ଅସନ୍ତୋଷ ପ୍ରକାଶ କରି ସେ ଦଳ ଛାଡ଼ିଛନ୍ତି। ମୋହନ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି।

ମୋହନ କହିଛନ୍ତି, “ବିଜୁ ଜନତା ଦଳ ମତେ ଅଣଦେଖା କରୁଛି। ଦଳ ପକ୍ଷରୁ ଆୟୋଜିତ କୌଣସି କାର୍ଯ୍ୟକ୍ରମରେ ମଧ୍ୟ ସାମିଲ କରାଯାଉନାହିଁ। ପାର୍ଟିକୁ କେବଳ ଜଣେ ଆଇଏଏସ୍‌ ବାବୁ ନିୟନ୍ତ୍ରଣ କରୁଛନ୍ତି”

ପାର୍ଟି ତାଙ୍କୁ ଅଣଦେଖା କରି ଟିକେଟ୍‌ ଦେଇନଥିବାରୁ ମୋହନ ଦଳ ଛାଡ଼ିଥିବା ସ୍ପଷ୍ଟ କରିଛନ୍ତି। ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ମୋହନ ଜେନା ଯାଜପୁର ଲୋକସଭା ଆସନରୁ ବିଜେଡି ଦଳ ପକ୍ଷରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରଠୁ ମୋହନଙ୍କୁ ଆଉ ଟିକେଟ୍‌ ମିଳିନାହିଁ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଯାଜପୁର ଲୋକସଭା ଆସନରୁ ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଛି।

Comment