ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳନ୍ତା ଟ୍ରକ୍‌ ପଛପଟେ ଗୋଟିଏ ବାଇକ୍ ପିଟି ହେବାରୁ ଘଟଣାସ୍ଥଳରେ ତିନି ଜଣଙ୍କର ଜୀବନ ଚାଲିଯାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଜିନ୍ଦଲ କାରଖାନା ମୁଖ୍ୟ ଫାଟକ ନିକଟରେ।

ଶନିବାର ଦିନ ପ୍ରାୟ ୧୨ଟା ସମୟରେ ଗୋଟିଏ ବାଇକରେ ତିନିଜଣ ଯୁବକ ଦ୍ରୁତ ଗତିରେ ଆସୁଥିଲେ। ଆଗରେ ଯାଉଥିବା ଏକ ଟ୍ରକକୁ ବାଇକଟି ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ତିନି ବାଇକ ଆରୋହୀ ଏଣେତେଣେ ଛିଟିକି ପଡ଼ିଥିଲେ।

ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Tags: #Accident #Death #RoadAccident #Jajpur #Odisha

Comment