ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱରେ ବିଭିନ୍ନ ପ୍ରକାରର ରୀତିନୀତି ଏବଂ ପରମ୍ପରା ରହିଛି। ସାଧାରଣତଃ ସମାଜରେ ଜଣେ ବ୍ୟକ୍ତି ଏକମାତ୍ର ମହିଳାଙ୍କୁ ବିବାହ କରିବାର ନିୟମ ରହିଛି। କିନ୍ତୁ ବିଶ୍ୱରେ ଏପରି ଏକ ସ୍ଥାନ ରହିଛି ଯେଉଁଥିରେ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ପଡିଥାଏ। ଏପରିକି ଏହା ନକରିବା ଦ୍ବାରା ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡ଼ିଥାଏ ।

ଆଫ୍ରିକା ଦେଶର ଇରିଟ୍ରିୟାରେ ପୁରୁଷଙ୍କ ପାଇଁ ବିବାହର ଏକ ଭିନ୍ନ ନିୟମ ରହିଛି। ଏହି ନିୟମରେ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ପଡିଥାଏ ଯଦି କୌଣସି ବ୍ୟକ୍ତି ଏପରି କରୁନାହାନ୍ତି ତେବେ ତାଙ୍କୁ ଜେଲ ହୋଇଥାଏ। ଏହାର କାରଣ ହେଉଛି ଏଠାରେ ମହିଳାଙ୍କ ଅପେକ୍ଷା ପୁରୁଷଙ୍କର ସଂଖ୍ୟା ଖୁବ କମ ରହିଛି। ଏଣୁ ଜଣେ ପୁରୁଷଙ୍କୁ ଦୁଇଟି ବିବାହ କରିବା ପାଇଁ ସରକାରୀ ନିୟମ ରହିଛି।

ସରକାର ଏପରି ନିୟମ ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ ଯଦି କୌଣସି ପୁରୁଷ ଦୁଇଥର ବିବାହ କରୁନାହାନ୍ତି, ତେବେ ତାଙ୍କୁ ଜେଲର ପବନ ଖାଇବାକୁ ପଡିଥାଏ। ଏଥିସହ ଯଦି କୌଣସି କାରଣରୁ ପ୍ରଥମ ପତ୍ନୀ ଜଣଙ୍କ ଦ୍ୱିତୀୟ ପତ୍ନୀଙ୍କୁ ନେଇ କୌଣସି ଅଭିଯୋଗ କରିଥାନ୍ତି କିମ୍ବା ଉଭୟ ଝଗଡ଼ା କରିଥାନ୍ତି ତେବେ ମହିଳାଙ୍କୁ ଆଜୀବନ କାରାଦଣ୍ଡ ମିଳିଥାଏ।

LEAVE A REPLY

Please enter your comment!
Please enter your name here