ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ପାଖେଇ ଆସିଲାଣି ନିର୍ବାଚନ। ଜମିଲାଣି ପ୍ରଚାର ମଇଦାନ। ପ୍ରାର୍ଥୀମାନେ ସମର୍ଥକଙ୍କୁ ନେଇ ନିର୍ବାଚନମଣ୍ଡଳୀରେ କରୁଛନ୍ତି ଶକ୍ତି ପ୍ରଦର୍ଶନ। ଏହି କ୍ରମରେ ପୁରୀ ଲୋକସଭା ଆସନରେ ବି ରାଜନୀତି ଜମିଲାଣି।

ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବ୍ରହ୍ମଗିରିରେ ରୋଡ ସୋ’ କରିଛନ୍ତି। ଅଲାରନାଥଙ୍କୁ ଦର୍ଶନ କରି ଖୋଲା ଜିପରେ ସମ୍ବିତ ସମର୍ଥକଙ୍କ ସହ ଗଡ଼ରୋଡଙ୍ଗ ଯାଇଥିଲେ।

ଗଡ଼ରୋଡଙ୍ଗରେ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ଏବଂ ଦିବଙ୍ଗତ ନେତା ଲୁଲୁ ମହାପାତ୍ର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏଥର ପରିବର୍ତ୍ତନ ନିଶ୍ଚିତ ବୋଲି କହିଥିଲେ।

ଏହି ରୋଡ ସୋ’ରେ ସାମିଲ ହୋଇଥିଲେ ବିଜେପିର ବ୍ରହ୍ମଗିରି ବିଧାନସଭା ଆସନ ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ଲୁଲୁଙ୍କ ଝିଅ ଉପାସନା ମହାପାତ୍ର।

“ଏଥର ଧର୍ମର ଜୟ ହେବ। ପୁରୀ ସମେତ ଓଡ଼ିଶରେ ପରିବର୍ତ୍ତନ ହେବ। ଲୋକ ମନ ପରିବର୍ତ୍ତନ କଲେଣି। ଏଥର ସବୁଠି ପଦ୍ମ ଫୁଟିବ”, କହିଛନ୍ତି ସମ୍ବିତ ପାତ୍ର।

“ପୁରୀ ଲୋକସଭାଳ ପ୍ରାର୍ଥୀ ସମ୍ବିତ ପାତ୍ର ବ୍ରହ୍ମଗିରି ଆସିଛନ୍ତି। ଏଥର ପରିବର୍ତ୍ତନ ନିଶ୍ଚିତ ହେବ। ବାବାଙ୍କ ଅଧୁରା ସ୍ୱପ୍ନ ପୂରଣ ହେବ”, କହିଛନ୍ତି ଉପାସନା ମହାପାତ୍ର।

ଗତ ଦୁଇ ଦିନ ତଳେ ସମ୍ବିତ ପୁରୀରେ ରୋଡ ସୋ’ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।

Comment