ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

‘‘ଆତଙ୍କ କେ ଠିକାନୋ ମେ ଘୁସକର ମାରନେବାଲି ସରକାର ଚାହିୟେ ୟା ନିଚେମୁଣ୍ଡି କରକେ ବୈଠନେ ବାଲା ସରକାର ଚାହିୟେ?’’

‘‘ଦୁସମନ କେ ଘର୍ ଘୁସକର ମାରନେବାଲା ସରକାର ଚାହିୟେ ୟା ନହିଁ ଚାହିୟେ?’’

‘‘ପୁଞ୍ଚ୍ ଦବାକର ଭାଗନେବାଲା କି ଜରୁରତ ହୈ କି ୟେ ଦେଶ୍ କୋ?’’

‘‘ଆପକୋ ନିର୍ଣ୍ଣୟ କରନେବାଲି ସରକାର ଚାହିୟେ ଔର୍ ନାରାବାଜୀ କରନେବାଲି ସରକାର ଚାହିୟେ?’’

ଜୟପୁର ନିର୍ବାଚନୀ ସଭାରେ ନରେନ୍ଦ୍ର ମୋଦିଙ୍କର ଏହି ଭାଷଣ ଜାତୀୟ ରାଜନୀତିକୁ ସରଗରମ କରିଛିା ଶତ୍ରୁ ଦେଶ ପାକିସ୍ତାନରେ ଭାରତୀୟ ସେନା କରିଥିବା ଏୟାରଷ୍ଟ୍ରାଇକକୁ ମୋଦି ନିର୍ବାଚନୀ ଏଜେଣ୍ଡା କରିଥିବା ଏହି ଭାଷଣରୁ ସ୍ପଷ୍ଟ ହୋଇଛିା

କେବଳ ଭାଷଣରେ ନୁହେଁ, ଆଜି ପ୍ରମୁଖ ଖବରକାଗଜରେ ବିଜେପି ପକ୍ଷରୁ ଯେଉଁ ବିଜ୍ଞାପନ ବାହାରିଛି ସେଥିରେ ବି ଦେଶର ସୁରକ୍ଷା କଥା କୁହାଯାଇଛିା ‘ଦେଶର ସୁରକ୍ଷା ପାଇଁ ସମର୍ପିତ’ ବିଜ୍ଞାପନ ଦେଇ ବିଜେପି ଭୋଟ ହାତେଇବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛିା ଦେଶର ଭାବାବେଗ କଥା କହି ମୋଦି ୨୦୧୯ ନିର୍ବାଚନରେ ପଲିଟିକାଲ ସର୍ଜିକାଲ ଷ୍ଟ୍ରାଇକ କରିବାକୁ ଲକ୍ଷ୍ୟ ରଖିଥିବା ଚର୍ଚ୍ଚା ହେଉଛିା

ଏଥର ବିକାଶ ନୁହେଁ, ଭାରତୀୟ ଭାବାବେଗ

୨୦୧୪ ନିର୍ବାଚନରେ ଦେଶର ବିକାଶ କଥା କହି ଭୋଟ ନେଇଥିଲେ ମୋଦିା ୬୦ ବର୍ଷ ବନାମ ୬୦ ମାସର ନାରା ଦେଇ ମୋଦି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢ଼ିଥିଲୋ ‘ସବକା ସାଥ୍, ସବକା ବିକାଶର ନାରା’ ଦେଇ ୫ ବର୍ଷ କ୍ଷମତାରେ ରହିଲେ ମୋଦି ସରକାରା

ହେଲେ ୨୦୧୯ରେ ନାରା ବଦଳିଛିା ଏଥର ବିକାଶ ନୁହେଁ, ଭାରତୀୟ ଭାବାବେଗକୁ ମୋଦି ଅସ୍ତ୍ର କରି ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତିା ଏଥିପାଇଁ ସେ ନିର୍ବାଚନୀ ସଭାରେ ଦେଶର ସୁରକ୍ଷା, ଯବାନଙ୍କ ବଳିଦାନ ଏବଂ ଏୟାରଷ୍ଟ୍ରାଇକକୁ ନିଜ ଭାଷଣରେ ଅଧିକ ଗୁରୁତ୍ୱ ଦେଉଛନ୍ତିା

ମୋଦି ଏବଂ ବିଜେପିର ଷ୍ଟ୍ରାଟେଜି ମେକର ଭଲଭାବେ ଜାଣିଛନ୍ତି ଯେ ଭବାବେଗ ସହ ଭାରତୀୟମାନେ ପୂରା ଜଡ଼ିତା ଏଣୁ ଏହାକୁ ନିର୍ବାଚନରେ ଅସ୍ତ୍ର କଲେ ଭଲ ଫାଇଦା ମିଳିବା

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କିଛିଦିନ ତଳେ ଜୟପୁର ଆସିଥିଲୋ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବି ବିଭିନ୍ନ ସ୍ଥାନରେ ସଭା କରିଛନ୍ତିା ରାହୁଲ ଓ ନବୀନ ସବୁଠି ବିକାଶର କଥା କହୁଥିବା ବେଳେ ମୋଦି ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତିା

ଏୟାରଷ୍ଟ୍ରାଇକରୁ ଭୋଟ

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଶତ୍ରୁ ରାଷ୍ଟ୍ର ପାକିସ୍ତାନରେ ଭାରତୀୟ ବାୟୁସେନା କରିଥିଲା ଏୟାରଷ୍ଟ୍ରାଇକରେ ପାଖାପାଖି ୩୦୦ ଆତଙ୍କବାଦୀ ନିହତ ହୋଇଥିବା କୁହାଗଲା।ଏହାକୁ ପରବର୍ତ୍ତୀ ମୁହୂର୍ତ୍ତରେ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରିଥିଲା ବିଜେପିା

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠି ସଭା କଲେ ସେଠି ସହିଦ ଯବାନଙ୍କ ଫଟୋ ମାରି ଭାଷଣ ଦେଲୋ ଏୟାର ଷ୍ଟ୍ରାଇକରୁ ରାଜନୀତିକ ଫାଇଦା ନେବାକୁ ବିଜେପି ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କଲୋ ହେଲେ ଏହି ଧାରାକୁ ବଜାୟ ରଖିଛି ବିଜେପିା ମୋଦି ଯେଉଁଠି ନିର୍ବାଚନୀ ସଭା କରୁଛନ୍ତି ସେଠି ଦେଶର ସୁରକ୍ଷା କଥା କହି ଭୋଟ ନେବାକୁ ମୋଦି ଗେମ୍ ପ୍ଲାନ କରୁଥିବା କୁହାଯାଉଛିା

ମେରଠ ପରେ ଜୟପୁର

ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ମେରଠରୁ ୨୮ ତାରିଖରେ ଆରମ୍ଭ କରିଥିଲେ ନିର୍ବାଚନ ପ୍ରଚାରା ସେଠି ବି ସେ ଦେଶର ସୁରକ୍ଷା ପ୍ରସଙ୍ଗ ଉଠାଇ ଭାରତୀୟ ଭାବାବେଗକୁ ଟାଣିବା ପାଇଁ ଉଦ୍ୟମ କରିଥିଲୋ ଏହାପରେ ମୋଦି ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀରରେ ନିର୍ବାଚନୀ ସଭା କରିଥିଲୋ ପ୍ରଚାରର ଦ୍ୱିତୀୟ ଦିନରେ ମୋଦି ଓଡ଼ିଶା ଉପରେ ଫୋକସ୍ କରିଛନ୍ତିା କୋରାପୁଟର ଜୟପୁର ଆସି ପ୍ରଚାର ଆରମ୍ଭ କରିଛନ୍ତିା

“ଆପଣଙ୍କ ସୁରକ୍ଷା ପାଇଁ ଏ ଚୌକିଦାର ସର୍ବଦା ଜାଗ୍ରତ। ଥରେ ଏ ଚୌକିଦାରକୁ ସୁଯୋଗ ଦିଅନ୍ତୁ, ତା’ ପରେ ଦେଖିବେ। କେବଳ ଏ ଚୌକିଦାର ହିଁ ସୁରକ୍ଷା ଦେଇପାରିବ। ନାରୀ ହିଂସାରେ ନ୍ୟାୟ ଦେଇପାରୁନଥିବା ସରକାର ସୁରକ୍ଷା ଦେଇପାରିବ କି? ଏଭଳି ସରକାର ମା’, ଭଉଣୀଙ୍କୁ ସୁରକ୍ଷା ଦେଇପାରିବ କି?, ଆଦିବସୀ ସମ୍ପତ୍ତି ଲୁଟିଥିବା ଲୋକ ଓଡ଼ିଶାକୁ ମଜବୁତ କରିପାରିବ କି?, ଚିଟଫଣ୍ଡ ଘୋଟାଲା କରିଥିବା ଲୋକ ଓଡ଼ିଶାର ବିକାଶ କରିପାରିବ କି?, ନକ୍ସଲ ହମଲାରେ କମଜୋର ସରକାରକୁ ଦଣ୍ଡ ଦିଆଯିବା ଦରକାର। ଆପଣଙ୍କ ଭରସା ଭାଙ୍ଗଥିବା ବିଜେଡିକୁ ଦଣ୍ଡ ଦିଆଯିବା ଦରକାର। ଓଡ଼ିଶା ଓ ଭାରତକୁ ମଜବୁତ ସରକାର ନା ଦୁର୍ବଳ ସରକାର ଦରକାର?’’, କହିଥିଲେ ମୋଦିା

Comment