ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜୟପୁରରେ ପହଞ୍ଚିଲେ ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ଜୟପୁରରେ ପହଞ୍ଚିଲେ। ଜୟପୁର ବାଙ୍କବିଜା ପଡ଼ିଆରୁ ପ୍ରଚାରର ଶୁଭାରମ୍ଭ କରିବେ। ଏନେଇ ନେତା କର୍ମୀ ବେଶ୍‌ ଉତ୍ସାହିତ ଅଛନ୍ତି।

ମୋଦିଙ୍କ ଜୟପୁର ଗସ୍ତ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ବିଜେପି କର୍ମୀଙ୍କ ବିଶ୍ୱାସ ଯେ ମୋଦିଙ୍କ ସଭା ପରେ ବିଜେପିର ସ୍ଥିତି ସୁଦୃଢ଼ ହୋଇଯିବ।

ମୋଦିଙ୍କ ଜୟପୁର ସଭାରେ ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅନେକ ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ମୋଦି ଜୟପୁର ଉଡ଼ାଜାହାଜ ପଡ଼ିଆରେ ଭାଷଣ ଦେବେ। ଏହି ପଡ଼ିଆରେ ପୂର୍ବରୁ ନବୀନ ପଟ୍ଟନାୟକ ଓ ରାହୁଲ ଗାନ୍ଧି ମଧ୍ୟ ଭାଷଣ ଦେଇଥିଲେ।

ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏହା ମୋଦିଙ୍କ ପ୍ରଥମ ଓଡ଼ିଶା ଗସ୍ତ।

Comment