ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଅପରାହଣ ୪ଟାରେ ପ୍ରଥମ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ଖେଳାଯାଉଛି, ସେହିପରି ରାଜି ୮ଟା ଦ୍ୱିତୀୟ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ କୋଲକାତା ନାଇଟ ରାଇଡର୍ସ।

ପ୍ରଥମ ମ୍ୟାଚ୍‌ ପଞ୍ଜାବରେ ଖେଳାଯାଉଥିବାବେଳେ ଦ୍ୱିତୀୟଟି ଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଖେଳାଯିବ। ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଏକାଦଶ ପଞ୍ଜାବ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ରେ ପଞ୍ଜାବ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅପରାହଣ ୪ଟାରେ ଏହି ମ୍ୟାଚ ଆରମ୍ଭ ହେବ।

ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଜାବ ଓ ମୁମ୍ବାଇ ଯଥାକ୍ରମେ ୫ମ ଓ ୬ଷ୍ଠ ସ୍ଥାନରେ ଅଛନ୍ତି। ଉଭୟ ଟିମ୍‌ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳି ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହେବା ସହ ଦ୍ୱିତୀୟରେ ଜିତିଛନ୍ତି।

Comment