ଓଡ଼ିଶାଲାଇଭ୍ ବ୍ୟୁରୋ
ଏପ୍ରିଲ ୬ରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଗସ୍ତରେ ମୋଦିଙ୍କର ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି।
ନିର୍ବାଚନ ତାରିଖ ଘୋଷଣ ହେବା ପରେ ଏହା ମୋଦିଙ୍କର ଦ୍ଵିତୀୟ ଓଡ଼ିଶା ଗସ୍ତ। ଏହା ପୂର୍ବରୁ ମାର୍ଚ୍ଚ ୨୯ରେ ମୋଦି କୋରାପୁଟ ଜୟପୁର ଆସି ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ।
ଜୟପୁରରେ ରାଜ୍ୟ ସରକାର ଓ କଂଗ୍ରେସକୁ କଡ଼ା ସମାଲୋଚନା କରିଥିଲେ ମୋଦି। ଏଥର ଗସ୍ତରେ ମୋଦିଙ୍କର ଆଭିମୁଖ୍ୟ କ’ଣ ରହିବ ସେ ଉପରେ ସମସ୍ତଙ୍କ ନଜର ରହିଛି।


















