ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ରାହୁଲ ଗାନ୍ଧି ଏଥରର ନିର୍ବାଚନ ୨ଟି ସ୍ଥାନରୁ ଲଢ଼ିବେ। ଗୋଟିଏ ଉତ୍ତର ପ୍ରଦେଶର ଆମେଥି ଓ ଅନ୍ୟଟି କେରଳର ୱାଇନାଡ୍‌ରୁ ନିର୍ବାଚନ ଲଢ଼ିବେ।

ଏହା ସହିତ ରାହୁଲ କହିଛନ୍ତି ଆମେଥି ତାଙ୍କର କର୍ମଭୂମି। ପୂର୍ବରୁ ଏ ନେଇ ଚର୍ଚ୍ଚା ହୋଇ ଆସୁଥିଲା କି ରାହୁଲ ଦୁଇଟି ସ୍ଥାନରୁ ନିର୍ବାଚନ ଲଢ଼ିବେ। ଯାହାକୁ ନେଇ ପୂର୍ବରୁ ସଙ୍କେତ ଦେଇସାରିଥିଲେ କଂଗ୍ରେସ ସଭାପତି ରାହୁଲ।

ତେବେ ରାହୁଲ ୨ଟି ସ୍ଥାନରୁ ନିର୍ବାଚନ ଲଢ଼ିବା ସ୍ପଶ୍ଟ ହେବା ପରେ ଏହାକୁ ନେଇ ରାଜନୀତିକରଣ ଆରମ୍ଭ ହୋଇଯାଇଛି। ଅନ୍ୟପଟେ କୁହାଯାଇପାରେ ବି ରାହୁଲ କେରଳରୁ ଲଢ଼ିବା ନେଇ ସ୍ପଷ୍ଟ ହେବା ପରେ କେଉଁଠି ନା କେଉଁଠି କଂଗ୍ରେସ ଦକ୍ଷିଣାଞ୍ଚଳରେ ଭୋଟ ହାତେଇବା ସହ ଜନମତ ହାସଲ କରିବାକୁ ଚେଷ୍ଟା କରିବ।

ଆମେଥୀରେ ରାହୁଲଙ୍କ ବିପକ୍ଷରେ ବିଜେପି ପ୍ରାର୍ଥୀ କରିଛି ସ୍ମୁତି ଇରାନୀଙ୍କୁ।

Comment