ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ପୁଣିଥରେ ପାରମ୍ପରିକ ଆସନ ପାଟକୁରା ଫେରିଲେ ବରିଷ୍ଠ ନେତା ବିଜୟ ମହାପାତ୍ରା ବିଜୟଙ୍କୁ ବିଜେପି ପ୍ରାର୍ଥୀ କରିଛିା ବିଜୟ ପାଟକୁରାରୁ ପ୍ରାର୍ଥୀ ହେବା ପରେ କେନ୍ଦ୍ରାପଡ଼ା ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିବ ବୋଲି ସ୍ପଷ୍ଟ ହୋଇଛି।

ପାଟକୁରା ପୂର୍ବରୁ ପାରମ୍ପରିକ ଗଡ଼ ଥିଲା ବିଜୟଙ୍କର। ସେଠାରୁ ସେ ଏକାଧିକ ଥର ନିର୍ବାଚନ ଲଢ଼ି ବିଧାନସଭାକୁ ଯାଇଛନ୍ତି। ବିଜେପି ପୁଣିଥରେ ସେହିଠାରୁ ତାଙ୍କୁ ନିର୍ବାଚନ ଲଢ଼ିବା ଲାଗି ଟିକେଟ ଦେଇଛି।

ବିଜୟ ରାଜ୍ୟ ରାଜନୀତିରେ ଜଣେ ପ୍ରଭାବଶାଳୀ ରାଜନେତା ଥିଲେ। ବିଜୁ ପଟ୍ଟନାୟକଙ୍କ ଅମଳରେ ବିଜୟଙ୍କୁ କୁହାଯାଉଥିଲା ‘ସୁପର ଚିଫ୍ ମିନିଷ୍ଟର’। ବିଜେଡି ଗଠନରେ ବି ବିଜୟଙ୍କର ଥିଲା ପ୍ରମୁଖ ଅବଦାନା ହେଲେ ୨୦୦୦ ମସିହାରେ ଘଟଣାକ୍ରମରେ ନବୀନ ନାମାଙ୍କନ ଦାଖଲର ଶେଷ ଦିନରେ ତାଙ୍କ ଟିକେଟ କାଟି ଦେଇଥିଲୋ ଫଳରେ ବିଜୟଙ୍କୁ ପୁଣିଥରେ ନାମାଙ୍କନ ଦାଖଲ ପାଇଁ ବି ସମୟ ମିଳିନଥିଲା। ଏହାପରେ ତାଙ୍କ ରାଜନୈତିକ କ୍ୟାରିୟର ଏକ ଭିନ୍ନ ମୋଡ଼ ନେଇଥିଲା। ସେବେଠୁ ଆଉ ସେ ନିର୍ବାଚନ ଜିତିନାହାନ୍ତି।

ବିଜୟଙ୍କ ଟିକେଟ କଟିବା ପରେ ବିଜେଡି ଘଟଣାଚକ୍ରରେ ଅତନୁ ସବ୍ୟାସାଚୀ ନାୟକଙ୍କୁ ପାଟକୁରା ଲାଗି ଟିକେଟ ଦେଇଥିଲା। ୨୦୦୦ରେ ଅତନୁ ହାରିଥିଲ ଏବଂ ୨୦୦୪ରେ ଅତନୁ ପାଟକୁରାରୁ ନିର୍ବାଚନ ଜିତିଥିଲୋ

ବିଜେଡିରୁ ବିଦା ହେବା ପରେ ବିଜୟ ଓଡ଼ିଶା ଗଣ ପରିଷଦ ନାଁରେ ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ। ହେଲେ ବିଭିନ୍ନ କାରଣ ପାଇଁ ଓଜିପି ରାଜ୍ୟ ରାଜନୀତିରେ ତିଷ୍ଠି ପାରି ନଥିଲା। ଶେଷରେ ଓଜିପିକୁ ଏନସିପିରେ ବିଲୟ କରିଥିଲେ ବିଜୟା ହେଲେ ୨୦୦୯ରେ ବିଜେଡି-ଏନସିପି ମେଣ୍ଟ ହେବାରୁ ବିଜୟ ବିଜେପିରେ ଯୋଗ ଦେଇଥିଲୋ

୨୦୦୯ରେ ବିଜୟ ପାଟକୁରା ପାଇଁ ପୁଣି ବିଜେପି ଟିକେଟ ନେଇଥିଲୋ ହେଲେ ତାଙ୍କ ଗୋଟି ଚାଳନା କାମ ଦେଲାନିା ବିଜେଡିର ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କଠାରୁ ପରାଜିତ ହୋଇଥିଲେ ବିଜୟା ୨୦୧୪ରେ କିନ୍ତୁ ବିଜୟ ଆଉ ପାଟକୁରାରୁ ନିର୍ବାଚନ ଲଢ଼ି ନଥିଲୋ ପାଟକୁରା ଛାଡ଼ି ବିଜୟ ଆସିଥିଲେ ମହାକାଳପଡ଼ା। ସେଠି ସେ ଅତନୁସବ୍ୟସାଚୀ ନାୟକଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିଲୋ ପୁଣି ଅତନୁଙ୍କଠାରୁ ପରାଜିତ ହୋଇଥିଲେ ବିଜୟା

ବିଜୟ ବିଜେପିରେ ୯ ବର୍ଷ ରହିବା ପରେ ୨୦୧୮ ନଭେମ୍ବରରେ ଦଳୀୟ ନେତାଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଦଳ ଛାଡ଼ିଥିଲୋ ଦଳ ଛାଡ଼ିବାର ୫ମାସ ପରେ ଜାତୀୟ ଓ ରାଜ୍ୟ ସ୍ତରର ନେତା ବିଜୟଙ୍କୁ ମନାଇବା ସହ ତାଙ୍କ ମାନ ଭଞ୍ଜନ କରିଥିଲେ। ବିଜୟ ମହାପାତ୍ର ପୁଣିଥରେ ବିଜେପିର ‘ପରିବର୍ତ୍ତନ’ରେ ସାମିଲ ହୋଇଛନ୍ତି।

୨୦୧୯ ନିର୍ବାଚନ ବିଜୟଙ୍କ ରାଜନୈତିକ କ୍ୟାରିୟର ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ନେବାକୁ ଯାଉଛି। କାରଣ ପ୍ରାୟ ଦୁଇ ଦଶନ୍ଧି ଧରି ବିଜୟ ନିର୍ବାଚନ ଜିତିନାହାନ୍ତି। ଏଥର ବିଜୟଙ୍କୁ ବିଜେପି ପାଟକୁରାରୁ ପ୍ରାର୍ଥୀ କରିଛିା ବିଜୟଙ୍କର ୧୯ ବର୍ଷର ବନବାସ ଏଥର ଶେଷ ହେଉଛି କି ନାହିଁ ତାହା ଅପେକ୍ଷା କରି ଦେଖିବାର କଥା।

ରାଜ୍ୟ ରାଜନୀତିରେ କେନ୍ଦ୍ରାପଡ଼ା ରାଜନୀତି ସବୁବେଳେ ଏକ ରୋଚକ ମୋଡ଼ ନେଇଥାଏ। ଏଥର ମଧ୍ୟ ସମାନ କଥା ଦେଖିବାକୁ ମିଳିବ। ଏହାରି ଭିତରେ ଦେଖିବାକୁ ବାକି ରହିଲା ପାଟକୁରାବାସୀ କାହାକୁ ଭୋଟ ଦେଉଛନ୍ତି ଓ ଜନମତ କାହା ସପକ୍ଷରେ ଯାଉଛି।

Comment