ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗୋଟିଏ ଲୋକସଭା ଏବଂ ୧୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତିା ଏହି ତାଲିକାରେ ଦୁଇ ହେଭିଓ୍ୱେଟ ନେତାଙ୍କ ଟିକଟ କଟିଛିା ବରୀରୁ ଦେବାଶିଷ ନାୟକ ଟିକେଟ ପାଇ ନଥିବା ବେଳେ ଜୟଦେବରୁ ଶଶୀ ବେହେରାଙ୍କ ଟିକେଟ କଟିଛିା

ଦେବାଶିଷ ନାୟକ ଏବଂ ଶଶୀ ଭୂଷଣ ବେହେରା ହେଉଛନ୍ତି ବିଜେଡିର ବରିଷ୍ଠ ନେତା। ଦେବାଶିଷ ନାୟକ ବରୀ ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଆସିଛନ୍ତିା ସେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ବି ହୋଇଛନ୍ତିା ଏଥର ବି ଦେବାଶିଷ ଟିକେଟ ଲବିରେ ରହିଥିଲୋ ହେଲେ ବିଜେଡି ବରୀରେ ମହିଳା କାର୍ଡ ଖେଳିଛିା ନୂଆ ମୁହଁ ଭାବେ ସୁନନ୍ଦା ଦାଶଙ୍କୁ ପ୍ରାର୍ଥୀ କରିଛି ବିଜେଡିା

ଏପଟେ ରାଜ୍ୟସଭାରୁ ଆସି ୨୦୧୪ରେ ଜୟଦେବରୁ ବିଧାୟକ ହୋଇଥିବା ଶଶୀଭୂଷଣ ବେହେରାଙ୍କ ଟିକେଟ କାଟିଛି ବିଜେଡିା ଶଶୀ ଅର୍ଥ ମନ୍ତ୍ରୀ ଏବଂ ପରେ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇଥିଲୋ ହେଲେ ଏଥର ଶଶୀଙ୍କ ଟିକେଟ କାଟି ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରିଛି ବିଜେଡିା ଅରବିନ୍ଦ ପୂର୍ବରୁ ମାଲକାନଗିରି ବିଧାୟକ ଥିଲୋ

୨୦୦୯ରେ ଅରବିନ୍ଦ ଜୟଦେବ ଆସନରୁ ବିଧାୟକ ହୋଇଥିଲୋ କିନ୍ତୁ ୨୦୧୪ରେ ସେ ଟିକେଟ ପାଇ ନଥିଲୋ ଏବେ ପୁଣି ଅରବିନ୍ଦ ଫେରିଛନ୍ତିା

Comment