ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକରେ ବାର୍ଡ ଫ୍ଲୁ ଆତଙ୍କ। କୁକୁଡ଼ା ଓ ଅଣ୍ଡା ବିକ୍ରି ଉପରେ କଟକଣା ଜାରି।

କଟକ ଖପୁରିଆସ୍ଥିତ ବତକ ପ୍ରଜନନ କେନ୍ଦ୍ରରେ ବାର୍ଡ ଫ୍ଲୁ ପଜିଟିଭ ରିପୋର୍ଟ ମିଳିଲା ପରେ ୩ ଦିନ ଧରି ସହରର ବିଭିନ୍ନ ସ୍ଥାନରେ ଥିବା ଅଣ୍ଡା ଓ କୁକୁଡ଼ା ଦୋକାନ ସମେତ ବିଭିନ୍ନ ଫାର୍ମରେ ଚଢ଼ଉ କରାଯାଇ କୁକୁଡ଼ା, ଅଣ୍ଡା ଏବଂ କୁକୁଡ଼ା ଖାଦ୍ୟ ନଷ୍ଟ କରାଯାଉଛି। ପ୍ରତିକାର ଓ ସଚେତନତା ସ୍ୱରୂପ ସହରରେ ୪/୫ ଦିନ ପାଇଁ ଅଣ୍ଡା ଓ କୁକୁଡ଼ା ବିକ୍ରି ଉପରେ କଟକଣା ଜାରି କରାଯାଇଛି।

ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଖପୁରିଆସ୍ଥିତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ପ୍ରେମାନନ୍ଦ ରାଉତ ପ୍ରାଣୀ ବିଶେଷଜ୍ଞମାନଙ୍କୁ ନେଇ ୧୦ଟି ସ୍କ୍ୱାଡ୍ ଗଠନ କରି ପ୍ରଜନନ କେନ୍ଦ୍ରର ତଦାରଖ କରିବା ସହିତ ଖପୁରିଆଠାରୁ ୧ କିଲୋମିଟର ପରିଧି ମଧ୍ୟରେ ରହିଥିବା ଅଣ୍ଡା ଓ କୁକୁଡ଼ା ବିକ୍ରୟ କେନ୍ଦ୍ରକୁ ତଲାସି କରୁଛନ୍ତି। ରବିବାର ସୁଦ୍ଧା ସହରରୁ ମୋଟ ୪୩୫ଟି ବତକ, ୩୬ଟି ରୋଗିଣା କୁକୁଡ଼ା ଓ ୯ ହଜାର ୯୬୮ଟି ଅଣ୍ଡା, ୩ କ୍ୱିଣ୍ଟାଲ ୬୦ କେଜି କୁକୁଡ଼ାଖାଦ୍ୟକୁ ନଷ୍ଟ କରାଯାଇଛି।

Comment