ଓଡ଼ିଶଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ଥିବା ବେଳେ ସବୁ ଦଳ ପ୍ରଚାର ଜୋର କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ଆସୁଛନ୍ତି।

ଏହି ଗସ୍ତ ସମୟରେ ସେ ଦଳୀୟ ପ୍ରାର୍ଥୀ ବଳଭଦ୍ର ମାଝିଙ୍କ ଲାଗି ପ୍ରଚାର କରିବେ । ଶାହଙ୍କ ଗସ୍ତକୁ ନେଇ ବିଜେପି ମହଲ ଏବେ ଚଳଚଞ୍ଚଳ।

ଅମିତ ଶାହ ଦିନ ୧.୩୦ରେ ଆୟୋଜିତ ହେବାକୁ ଥିବା ଏକ ସଧାରଣ ସଭାକୁ ଉଦବୋଧନ ଦେବେ।

ଶାହଙ୍କ ଗସ୍ତଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପାଖାପାଖି ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ଆୟୋଜିତ ସଭାରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ରହିବେ।

Comment