ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈାହାନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହ ଆସନ୍ତାକାଲି ଓଡ଼ିଶା ଆସିବେ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟକୁ ଆଉ ମାତ୍ର ୧୦ ଦିନ ବାକିଥିବାବେଳେ ଆରମ୍ଭ ହୋଇଗଲାଣି ନିର୍ବାଚନୀ ପ୍ରଚାର। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ମଇଦାନଙ୍କୁ ଓହ୍ଲାଇଥାନ୍ତି ଷ୍ଟାର କ୍ୟାମ୍ପନର୍। ଏହି ପରିପେକ୍ଷୀରେ ଓଡ଼ିଶାରେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ କରିସାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗଜପତିରେ ନିର୍ବାଚନୀ ରାଲି କରିଛନ୍ତି।
ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପିର ଜାତୀୟ ହାଇଭୋଲ୍ଟେଜ୍ ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୈାହାନ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହ ଓଡ଼ିଶା ଆସିବେ।
ପାରାଦୀପ, ରାହାମା ଏବଂ ରଘୁନାଥପୁରରେ ଅନୁଷ୍ଠିତ ହେବାକୁ ଥିବା ବିଜୟ ସଂକଳ୍ପ ସମାବେଶ ସଭାରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଉପ ସଭାପତି ଶିବରାଜ ସିଂହ ଚୈାହାନ ଯୋଗ ଦେବେ।
ସେହିପରି ମୟୁରଭଞ୍ଜ ଜିଲ୍ଲା ଗସ୍ତରେ ଆସିବେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ। କେନ୍ଦ୍ରମନ୍ତ୍ରୀ ରାଜକୁମାର ସିଂହ ଆସନ୍ତା କାଲି ରାୟଗଡା ଜିଲ୍ଲା ଗସ୍ତ କରି ନିର୍ବାଚନୀ ପ୍ରଚାର କରିବେ।
ଏନେଇ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆସନ୍ତା ୬ରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ ବୋଲି ଶ୍ରୀ ମହାପାତ୍ର ପ୍ରେସ୍ ମିଟ୍ରେ କହିଛନ୍ତି।