ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଭୁବନେଶ୍ୱର-ଉତ୍ତର ପାଇଁ ବିଜେପି ଟିକେଟ ନେଲେ ଅପରାଜିତା ମହାନ୍ତିା

ଓଲିଉଡ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ନିର୍ବାଚନ ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା। କେତେବେଳେ ଅପରାଜିତା କଂଗ୍ରେସ ତ ପୁଣି କେତେବେଳେ ବିଜେପିା ୨୦୧୪ରେ ଅପରାଜିତା କଂଗ୍ରେସ ଟିକେଟରେ ନିର୍ବାଚନ ଲଢ଼ିଥିବା ବେଳେ ଏଥର ଅପରାଜିତା ବିଜେପି ଟିକେଟ ପାଇଛନ୍ତିା ବିଜେପି ତାଙ୍କୁ ଭୁବନେଶ୍ୱର-ଉତ୍ତରରୁ ପ୍ରାର୍ଥୀ କରିଛିା

୨୦୧୪ରେ ଅଭିନୟ ଜଗତରୁ ନିର୍ବାଚନ ମଇଦାନକୁ ଆସିଥିଲେ ଅପରାଜିତା। ଜୟଦେବ ଜେନା ପିସିସି ସଭାପତି ଥିବା ବେଳେ ଅପରାଜିତା କଂଗ୍ରେସରେ ଯୋଗ ଦେଇଥିଲୋ ଅପରାଜିତାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା କଂଗ୍ରେସା

ନିର୍ବାଚନ ରାଜନୀତିରେ ନବାଗତା ଅପରାଜିତା ସେତେବେଳେ ବିଜେଡିର ଅଭିଜ୍ଞ ଭର୍ତ୍ତୃହରି ମହତାବଙ୍କୁ ମୁକାବିଲା କରିଥିଲୋ ହେଲେ ଭର୍ତ୍ତୃହରିଙ୍କୁ ଟକ୍କର ଦେବାରେ ସମର୍ଥ ହୋଇ ନଥିଲେ ଅପରାଜିତା। ଭର୍ତ୍ତୃହରି ୫ ଲକ୍ଷ ୨୬ ହଜାର ୮୫ ଭୋଟ ପାଇଥିବା ବେଳେ ଅପରାଜିତା ୨ ଲକ୍ଷ ୧୯ ହଜାର ୩୨୩ ଭୋଟ ପାଇଥିଲୋ

ନିର୍ବାଚନରେ ପରାଜିତ ହେବା ପରେ ଅପରାଜିତାଙ୍କୁ ରାଜନୀତିରେ ଦେଖିବାକୁ ମିଳି ନଥିଲା। ହେଲେ ଗତ ବର୍ଷ ଅପରାଜିତା ବିଜେପିରେ ଯୋଗ ଦେଇଥିଲୋ ବିଜେପୁର ଉପ-ନିର୍ବାଚନ ଚାଲିଥିବା ବେଳେ ଅପରାଜିତା ପଦ୍ମ ଧରିଥିଲୋ ଅପରାଜିତାଙ୍କୁ ବିଜେପୁର ପ୍ରଚାର ମଇଦାନରେ ଦେଖିବାକୁ ମିଳିଥିଲା।

୨୦୧୯ ନିର୍ବାଚନରେ ବିଜେପି ଟିକେଟ ନେଇଛନ୍ତି ଅପରାଜିତା। ଭୁବନେଶ୍ୱର ଉତ୍ତରରୁ ପ୍ରାର୍ଥୀ ହୋଇଛନ୍ତି ସୋ ତାଙ୍କ ବିପକ୍ଷରେ ବିଜେଡି ଏବଂ କଂଗ୍ରେସରୁ କିଏ ପ୍ରାର୍ଥୀ ହେବେ ତାହା ଚୂଡ଼ାନ୍ତ ହୋଇନାହିଁ। ବିଜେଡି ଏବଂ କଂଗ୍ରେସ ଭୁବନେଶ୍ୱର ଉତ୍ତର ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିଜେପି ଅପରାଜିତାଙ୍କ ନାଁ ଘୋଷଣା କରିଛିା ଅପରାଜିତା ଅଭିନେତ୍ରୀ ଏବଂ ମହିଳା ହୋଇଥିବାରୁ ଏହି ଆସନକୁ ହାତେଇବା ପାଇଁ ବିଜେପି ଲକ୍ଷ୍ୟ ରଖିଛିା

ଭୁବନେଶ୍ୱରରେ ଦୁଇ ଅପରାଜିତା

ଦୁଇ ଅପରାଜିତାଙ୍କୁ ଭୁବନେଶ୍ୱରରେ ଏଥର ପ୍ରାର୍ଥୀ କରିଛି ବିଜେପିା ଜଣେ ଅପରାଜିତା ପୂର୍ବତନ ଆଇଏଏସ୍ ଅଫିସର ହୋଇଥିବା ବେଳେ ଆଉ ଜଣେ ଅଭିନେତ୍ରୀ। ପୂର୍ବତନ ଆଇଏଏସ୍ ଅଫିସର ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେପି ଲୋକସଭା ଟିକେଟ ଦେଇଥିବା ବେଳେ ଅପରାଜିତା ମହାନ୍ତିଙ୍କୁ ବିଧାନସଭା ଟିକେଟ ମିଳିଛିା ତେବେ ଦୁଇ ଅପରାଜିତାଙ୍କ ଭିତରୁ କିଏ ବାଜି ମାରୁଛନ୍ତି ତାହା ଅପେକ୍ଷା କରି ଦେଖିବାର କଥା।

Comment