ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜମିଲାଣି ନିର୍ବାଚନ ପ୍ରଚାରା ଜଣକ ପରେ ଜଣେ କେନ୍ଦ୍ର ନେତା ଓଡ଼ିଶା ଗସ୍ତରେ ଆସି ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରୁଛନ୍ତି ପ୍ରଚାରା ବିଜେପିର କେନ୍ଦ୍ର ନେତାମାନେ ଘନ ଘନ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଆଜି ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ ମାୟାବତୀ ଭୁବନେଶ୍ୱର ଆସି ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତିା

ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଆୟୋଜିତ ସମାବେଶରେ ମାୟାବତୀ କେନ୍ଦ୍ରର ମୋଦି ସରକାରଙ୍କ ଉପରେ ବର୍ଷିଥିବା ବେଳେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଥିଲୋ

‘‘କେନ୍ଦ୍ରରୁ ବିଜେପି ସରକାରକୁ ଏଥର ହଟାଇବା ଦରକାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୌକିଦାର କହି ଦେଶବାସୀଙ୍କୁ ଭୂଆଁ ବୁଲାଇ ଆସୁଛନ୍ତିା ଏହା ବିଜେପିର ଏକ ନାଟକବାଜିା ହେଲେ ୨୦୧୯ ନିର୍ବାଚନରେ ଏହି ନାଟକବାଜି ଚଳିବ ନାହିଁ। ବିଜେପି ଯେତେ ଚେଷ୍ଟା କଲେ ବି ଏଥର ନିର୍ବାଚନରେ ଜିତି ପାରିବ ନାହିଁ’’, କହିଛନ୍ତି ମାୟାବତୀ।

ଗତ କିଛିଦିନ ତଳେ କଂଗ୍ରେସ ଛାଡ଼ି କୋରାପୁଟର ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ଶଗରିଆ ବିଏସପିରେ ଯୋଗ ଦେଇଥିଲୋ ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଏସପି ବିଭିନ୍ନ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେଇଛିା ପ୍ରାଥୀମାନଙ୍କୁ ଜିତାଇବା ପାଇଁ ମାୟାବତୀ ଆଜି ଦଳୀୟ କର୍ମୀ ଏବଂ ନେତାଙ୍କୁ ମନ୍ତ୍ର ଦେଇଛନ୍ତିା

Comment