ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ମୋରଡ଼ାର ବିଜେଡି ବିଧାୟକ ପ୍ରବୀଣ ଭଞ୍ଜଦେଓ ବିଧିବଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଭବାନୀପାଟଣାରେ ବିଜେପିର ବିଜୟ ସଂକଳ୍ପ ଶୋଭାଯାତ୍ରାରେ ପ୍ରବୀଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସହ ଅନେକ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲି ହୋଇଛନ୍ତି।

ମୋରଡ଼ାରୁ ପ୍ରବୀଣଙ୍କୁ ବିଜେଡି ଟିକେଟ ନଦେବାରୁ ସେ ସୋମବାର ଦଳ ଛାଡ଼ିଥିଲେ। ଏହାସହ ମୟୂରଭଞ୍ଜ ଜିଲ୍ଲା ବିଜେଡି ସଭାପତି ପଦରୁ ମଧ୍ୟ ପ୍ରବୀଣ ଇସ୍ତଫା ଦେଇଥିଲେ।

୨୦୦୯ ଏବଂ ୨୦୧୪ରେ ପ୍ରବୀଣ ମୋରଡ଼ାରୁ ନିର୍ବାଚନ ଜିତି ଆସିଥିଲୋ ମାତ୍ର ଏଥର ମୋରଡ଼ାରୁ ଦଳ ରାଜକିଶୋର ଦାସଙ୍କୁ ପ୍ରାର୍ଥୀ କରିବା ସୂଚନା ପାଇବା ପରେ ସେ ଦଳରୁ ଇସ୍ଥଫା ଦେଇଥିଲେ।

ଯାହା ସୂଚନା ମିଳୁଛି ବିଜେପି ମରୋଡ଼ାରୁ ପ୍ରବୀଣଙ୍କୁ ଏଥର ପ୍ରାର୍ଥୀ କରିପାରେ। ଅନ୍ୟପଟେ ଦେଖିବାକୁ ବାକି ରହିଲା ମୋରଡ଼ା ବାସୀ କାହା ସପକ୍ଷରେ ଜନମତ ଦେଉଛନ୍ତି।

Comment