ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

ଆଜି ବିଜେଡି ଘୋଷଣା କରିପାରେ ଶେଷ ପ୍ରାର୍ଥୀ ତାଲିକା। ୨ ଲୋକସଭା ଓ ୧୦ ବିଧାନସଭା ଆସନ ଲାଗି ବିଜେଡି ଏ ଯାଏଁ ପ୍ରାର୍ଥୀ ଦେଇନାହିଁ। ୧୯ ଲୋକସଭା ଓ ୧୩୭ ବିଧାନସଭା ଆସନ ଲାଗି ବିଜେଡି ପ୍ରାର୍ଥୀ ଦେଇସାରିଛି।

କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ଆସନ ଲାଗି ବିଜେଡି ଏ ଯାଏଁ ପ୍ରାର୍ଥୀ ଦେଇନାହିଁ। ଯେ କୌଣସି ସମୟରେ ବିଜେଡି ତାର ଶେଷ ପ୍ରାର୍ଥୀ ତାଲିକାରେ ଦେଇପାରେ ବୋଲି ସୂଚନାମିଳିଛି।

ସୋମବାର ବିଜେଡି ଯେଉଁମାନଙ୍କୁ ଟିକେଟ ଦେଇଛି ସେମାନଙ୍କ ମଧ୍ୟରୁ କିଛି ନେତା ବିଜେଡି ସଭାପତିଙ୍କୁ କୃତଜ୍ଞତା ଜଣାଇବାକୁ ନବୀନ ନିବାସ ଆସିଥିଲେ। ଅନ୍ୟପଟ ଯେଉଁ ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇନାହିଁ ସେଠାରେ ଥିବା ଆଶାୟୀ ଏବେ ଆଶା ଆଶଙ୍କାରେ ଅଛନ୍ତି।

Comment