ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଓଡ଼ିଶାର ୨୧ଟି ଲୋକସଭା ଆସନ ପାଇଁ ଏପ୍ରିଲ ୧୧ରୁ ୨୯ ତାରିଖ ମଧ୍ୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୧ରେ ହେବ। ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୮ରେ, ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ ଭୋଟ, ଏପ୍ରିଲ୨୯ରେ ଚତୁର୍ଥ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ। ଏଥିରେ ୩୧୮୦୦୭୮୭ ଭୋଟର୍‌ ମତଦାନ କରିବେ।

ପ୍ରଥମ ଥର ପାଇଁ ଓଡ଼ିଶାରେ ୧୮ରୁ ୧୯ ବର୍ଷ ବୟସ ମଧ୍ୟରେ ୫୪୫୪୦୧ ଭୋଟର୍‌ ଅଛନ୍ତି।

ଭୋଟରଙ୍କୁ ନିଜ ମତଦାନ କରିବା ପାଇଁ ନିଜ ଭୋଟ ପରିଚୟ ପତ୍ର ଏବଂ ଅନ୍ୟ ପ୍ରମାଣ ପତ୍ର ବୁଥ କାଉଣ୍ଟରକୁ ନେଇ ଯିବାକୁ ହେବ।

ଭୋଟ୍‌ର ଲିଷ୍ଟରେ ନାମ ରେଜିଷ୍ଟର ହୋଇଥିବ କିନ୍ତୁ ଭୋଟ୍‌ ପରିଚୟ ପତ୍ର ମିଳି ନ ଥିବ, ସେମାନେ ଏହି ସବୁ ପ୍ରମାଣପତ୍ର ଦେଖାଇ ଭୋଟ୍‌ ଦେଇ ପାରିବେ।

  • ପାସ୍‌ପୋର୍ଟ
  • ଡ୍ରାଇଭିଙ୍ଗ୍‌ ଲାଇସେନ୍ସ
  • ଚାକିରିର ପ୍ରମାଣ ପତ୍ର ସହ ଫଟୋଗ୍ରାଫ୍‌
  • ବ୍ୟାଙ୍କ ପାସ୍‌ବୁକ୍‌ ସହ ଫଟୋଗ୍ରାଫ
  • ପାନ୍‌ କାର୍ଡ
  • ନରେଗା ଚାକିରି କାର୍ଡ
  • ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ
  • ଫଟୋଗ୍ରାଫ ସହ ପେନ୍‌ସନ୍‌ ଡକ୍ୟୁମେଣ୍ଟ
  • ସାଂସଦ/ବିଧାୟକ/ଏମ୍‌ଏଲ୍‌ସିଙ୍କୁ ଜାରି କରାଯାଇଥିବା ଅଧିକାରୀ ପରିଚୟ ପତ୍ର
  • ଆଧାରକାର୍ଡ

ଯଦି ଭୋଟର ସୁଚୀରେ ଆପଣଙ୍କ ନାମ ନାହିଁ, ତେବେ ଆପଣ ଭୋଟ୍‌ ଦେଇପାରିବେ ନାହିଁ।

ଭୋଟର୍ ସୁଚୀରେ ନିଜ ନାମ କେମିତି ଖୋଜିବେ:

ଏହି ୱେବ୍‌ସାଇଟ୍‌କୁ କ୍ଲିକ୍‌ କରିବେ http://ceoorissa.nic.in/FindYourName.html

ଏହାପରେ ବିଧାନସଭା କ୍ଷେତ୍ର କ୍ଲିକ୍‌ କରନ୍ତୁ।

ନିଜ ନାମର ପ୍ରଥମ ୪ଟି ଅକ୍ଷର ଟାଇପ୍‌ କରନ୍ତୁ।

ନିଜ ଟାଇଟେଲ ବା ସରନେମ୍‌ର ପ୍ରଥମ ୪ଟି ଅକ୍ଷର ଏଣ୍ଟର କରନ୍ତୁ।

ନିଜ ବାପାଙ୍କ ନାମର ପ୍ରଥମ ୪ଟି ଅକ୍ଷର ଏଣ୍ଟର କରନ୍ତୁ।

ନିଜ ବାପାଙ୍କ ଟାଇଟେଲ୍‌ର ପ୍ରଥମ ୪ଟି ଅକ୍ଷର ଏଣ୍ଟର କରନ୍ତୁ।

ଏହାପରେ ବକ୍ସରେ ଆସିଥିବା captcha ଏଣ୍ଟର କରନ୍ତୁ।

ସର୍ଚ୍ଚ ଅପସନ୍‌ରେ କ୍ଲିକ୍‌ କରନ୍ତୁ।

Comment