ଓଡ଼ିଶାଲାଇଭ୍‌ ବ୍ୟୁରୋ

(କଟକରୁ ପ୍ରଣବ କୁମାର ନନ୍ଦୀ) ଧିରେ ଧିରେ ଆଗକୁ ବଢୁଛି ଫ୍ୟାସନ ଦୁନିଆ। ଡ୍ରେସ୍‌ଠାରୁ ଆରମ୍ଭ କରି ବ୍ୟାଗ୍ ପର୍ଯ୍ୟନ୍ତ ଆଜିକାଲି ସବୁ ଜିନିଷର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ପୋଷାକ ସହିତ ମ୍ୟାଚ୍ କଲାଭଳି ହ୍ୟାଣ୍ଡ୍ ବ୍ୟାଗ୍ ବା ମିନି ପର୍ସ ବ୍ୟବହାର ଏବେ ବଢିବାକୁ ଲାଗିଛି। ବିଶେଷକରି ନୂଆ ଡିଜାଇନ ଓ ଷ୍ଟାଇଲର ମିନି ବ୍ୟାଗ୍ ଏବେ କଟକରେ ସହରର ଫ୍ୟାଶନ ପାଲଟିଛି।

କଟକର ବକ୍ସି ବଜାର, ଚୌଧୁରୀ ବଜାର, ରାଣୀହାଟ, ମଙ୍ଗଳବାଗ ବଜ୍ରକବାଟି ଆଦି ସ୍ଥାନରେ ଭଳି କି ଭଳି ବ୍ୟାଗ ଦୋକାନ ରହିଛି। ଖାସ କରି ସନ୍ଧ୍ୟା ସମୟରେ ଏହି ଦୋକାଗୁଡ଼ିକରେ ଯବୁତୀଙ୍କର ଅଧିକ ଭିଡ଼ ରହିଥାଏ।

ସଂପ୍ରତି ବଜାରରେ ୭ ପ୍ରକାର ନୂଆ ଷ୍ଟାଇଲର ମିନି ବ୍ୟାଗ୍‌ର ଚାହିଦା ବଢ଼ିଛି। ଏଗୁଡିକ ହେଉଛି-ମିନିଏଚର୍ ନେକ୍ଲେସ୍ ବ୍ୟାଗ୍, ସ୍ପାର୍କଲିଙ୍ଗ୍ ପର୍ସ, ପିରାମିଡ୍ ବ୍ୟାଗ୍, ବେଲ୍ଟ ବ୍ୟାଗ୍, କ୍ଲାସିକ୍ ବ୍ୟାଗ୍, ସ୍ପାର୍କୁଲାର୍ ବ୍ୟାଗ୍, ବ୍ୟାକ୍ ପ୍ୟାକ୍ ବ୍ୟାଗ୍। ଏଗୁଡ଼ିକର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ମଧ୍ୟରେ ରହିଛି।

ବଜାରରେ ଉପଲବ୍ଧ ହେଉଥିବା ମିନିଏଚର୍ ନେକ୍ଲେସ୍ ବ୍ୟାଗକୁ ଅଧିକ ମାତ୍ରାରେ ମହିଳା ଓ କଲେଜ ଛାତ୍ରୀ ବ୍ୟବହାର କରୁଛନ୍ତି। ସନ୍ଧ୍ୟା ବେଳେ ବଜାର ବୁଲା ସମୟରେ ଏହି ବ୍ୟାଗ୍‌କୁ ସାଙ୍ଗରେ ନେବା ପାଇଁ ମହିଳାମାନେ ବେଶ୍ ପସନ୍ଦ କରୁଛନ୍ତି। ଏହି ବ୍ୟାଗ୍‌ରେ  ମୋବାଇଲ୍ ଫୋନ୍ ଓ କ୍ରେଡିଟ୍ କାର୍ଡ ନେବାକୁ ସହଜ ହୋଇଥାଏ। ବ୍ୟାଗକୁ ବେକରେ ପକାଇଲେ ନେକ୍ଲେସ୍ ଭଳି ଦେଖାଯାଏ। ଏହାର ଡିଜାଇନ୍ ବି ବେଶ ଆକର୍ଷଣୀୟ। ୫୦୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ମଧ୍ୟରେ ଏହାର ମୂଲ୍ୟ ରହିଛି।

ଏହାଛଡା ସ୍ପାର୍କଲିଙ୍ଗ ପର୍ସର ଚାହିଦା ବେଶ ବଢିବାରେ ଲାଗିଛି। ଏହି ପର୍ସର ଷ୍ଟାଇଲ ଓ ଡିଜାଇନ୍ ଦେଖିବାକୁ ସୁନ୍ଦର ହୋଇଥିବାରୁ ଏହା ମହିଳାମାନଙ୍କ ମଧ୍ୟରେ ବେଶ ଆଦୃତ  ହେଉଛି। ଏହି ପର୍ସଗୁଡ଼ିକ ପ୍ରାୟତଃ ଜିଙ୍କ୍ ଓ କ୍ରିଷ୍ଟାଲ୍ ମାଳିରେ ତିଆରି ହୋଇଥାଏ। ଏହି ପର୍ସର ମୂଲ୍ୟ ୩୦୦ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ମଧ୍ୟରେ ରହିଛି ।

ସେହିପରି ପିରାମିଡ୍ ବ୍ୟାଗ୍‌ର ଆଦର ଗ୍ରାହକମାନଙ୍କ ମଧ୍ୟରେ ବେଶ ରହିଛି। ଏହା ଦେଖିବାକୁ ଅଲଗା ହେବା ସହିତ ତିନିକୋଣିଆ ଆକାରର ହୋଇଥିବାରୁ ଏହାର ବିକ୍ରି ଅଧିକ ହେଉଛି। ଏହାର ବଜାର ଦର ୫୦୦ ଟଙ୍କାରୁ ୩ ହଜାର ଟଙ୍କା ମଧ୍ୟରେ ରହିଛି।

ଏହାଛଡ଼ା ବେଲ୍ଟ ବ୍ୟାଗ୍ ସବୁଠାରୁ ଆକର୍ଷଣୀୟ ହେବା ସହିତ ସହଜ ଭାବେ କ୍ୟାରି କରିହୁଏ। ଏହି ବ୍ୟାଗ୍‌କୁ ଅଣ୍ଟାରେ ବେଲ୍ଟ ବାନ୍ଧିଲା ପରି ବନ୍ଧା ଯାଇଥାଏ। ତେଣୁ ଏହାକୁ ବେଲ୍ଟ ବ୍ୟାଗ୍ କୁହାଯାଇଥାଏ। ଏହାର ମୂଲ୍ୟ ୫୦୦ ଟଙ୍କାରୁ ୧୫୦୦ ଟଙ୍କା ମଧ୍ୟରେ ରହିଛି।

ସେହିପରି କ୍ଲାସିକ୍ ବ୍ୟାଗର ଚାହିଦା ଏବେ ଗ୍ରାହକଙ୍କ ମଧ୍ୟରେ ବେଶ ରହିଛି। ଆକର୍ଷଣୀୟ ଡିଜାଇନ ଓ ନୂତନ ଷ୍ଟାଇଲ୍‌ର ଏହି ବ୍ୟାଗ୍ ଗ୍ରାହକମାନଙ୍କ ଦ୍ୱାରା ବେଶ ଆଦୃତ ହେଉଛି। ଏହାର ମୂଲ୍ୟ ଦେଢଶହ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ମଧ୍ୟରେ ରହିଛି। ଏହାଛଡା ସ୍ପାର୍କୁଲାର ବ୍ୟାଗ୍‌କୁ ଅଧିକ ମାତ୍ରାରେ କଲେଜ ଛାତ୍ରୀମାନେ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଏହାର ଦାମ୍ ୨୫୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ମଧ୍ୟରେ ରହିଛି।

ସେହିପରି ବ୍ୟାକ୍ ପ୍ୟାକ୍ ବ୍ୟାଗ୍ ଅଧିକରୁ ଅଧିକ ଖେଳାଳିମାନେ ବ୍ୟବହାର କରିଥାନ୍ତି। ବଜେଟ୍ ସାଙ୍ଗକୁ ଏହାକୁ ନେବା ଆଣିବା କରିବା ସହଜ ହୋଇଥାଏ। ଏହାର ରଙ୍ଗ ଓ ଡିଜାଇନ୍ ବେଶ୍‌ ଆକର୍ଷଣୀୟ ହୋଇଥିବାରୁ ଏହା ଗ୍ରାହକମାନଙ୍କୁ ପସନ୍ଦ ହୋଇଥାଏ। ଏହାର ଦାମ୍ ୬୦୦ ଟଙ୍କାରୁ ଆରମ୍ଭ କରି ୩ ହଜାର ଟଙ୍କା ମଧ୍ୟରେ ରହିଛି।

ସଂପ୍ରତି ଯୁବପୀଢିଙ୍କ ମଧ୍ୟରେ ଏହି ମିନି ବ୍ୟାଗ୍‌ଗୁଡ଼ିକର ଚାହିଦା ବେଶ୍‌ ବୃଦ୍ଧି ପାଉଛି।

ସେହିପରି କ୍ଲାସିକ୍ ବ୍ୟାଗ୍‌ର ଚାହିଦା ଏବେ ଗ୍ରାହକଙ୍କ ମଧ୍ୟରେ ବେଶ ରହିଛି। ଆକର୍ଷଣୀୟ ଡିଜାଇନ ଓ ନୂତନ ଷ୍ଟାଇଲ୍‌ର ଏହି ବ୍ୟାଗ୍ ଗ୍ରାହକମାନଙ୍କ ଦ୍ୱାରା ବେଶ ଆଦୃତ ହେଉଛି। ଏହାର ମୂଲ୍ୟ ଦେଢଶହ ଟଙ୍କାରୁ ଆରମ୍ଭ କରି ୫ ହଜାର ଟଙ୍କା ମଧ୍ୟରେ ରହିଛି । ଏହାଛଡା ସ୍ପାର୍କୁଲାର ବ୍ୟାଗ୍‌କୁ ଅଧିକ ମାତ୍ରାରେ କଲେଜ ଛାତ୍ରୀମାନେ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। ଏହାର ଦାମ୍ ୨୫୦ ଟଙ୍କାରୁ ଆରମ୍ଭ କରି ୧୫୦୦ ଟଙ୍କା ମଧ୍ୟରେ ରହିଛି। ସେହିପରି ବ୍ୟାକ୍ ପ୍ୟାକ୍ ବ୍ୟାଗ୍ ଅଧିକରୁ ଅଧିକ ଖେଳାଳିମାନେ ବ୍ୟବହାର କରିଥା

Comment